ମୁମ୍ବାଇ: ମୁମ୍ବାଇ ପୁଲିସରେ ଭର୍ତ୍ତି ହେବାକୁ ଥିବା ଲିଖିତ ପରୀକ୍ଷାରେ କପି କରିବାକୁ ଚେଷ୍ଟା କରୁଥିବା ଜଣେ ପରୀକ୍ଷାର୍ଥୀଙ୍କୁ ପୁଲିସ ଗିରଫ କରିଛି।
ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ଜଣଙ୍କ ମାଇକ୍ରୋଫୋନ୍ ଉପକରଣ ବ୍ୟବହାର କରି 'ମୁନ୍ନା ଭାଇ ଏମବିବିଏସ' ଫିଲ୍ମ ଷ୍ଟାଇଲରେ କପି କରିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣାଟି ରାଇଗଡ଼ ମିଲିଟାରୀ ସ୍କୁଲର ହଲ୍ ନମ୍ବର ୩୧୨ ନ୍ୟୁ ଲିଙ୍କ୍ ରୋଡ୍ ଠାରେ ଅବସ୍ଥିତ ଓଶିୱାରା ଯୋଗେଶ୍ୱରୀ ପଶ୍ଚିମ ପରୀକ୍ଷା କେନ୍ଦ୍ରରେ ଘଟିଥିଲା ।
ଏହି ମାମଲାରେ ପୁଲିସ ୨୨ ବର୍ଷିୟ ପରୀକ୍ଷାର୍ଥୀ କୁଶନା ଦଲଭିଙ୍କୁ ଗିରଫ କରିଛି। ପରୀକ୍ଷାରେ ଲେଖିବାବେଳେ କୁଶନା ତାଙ୍କ କାନରେ ଲାଗିଥିବା ମାଇକ୍ରୋଫୋନ୍ ଉପକରଣ ସାହାଯ୍ୟରେ କପି କରୁଥିଲେ। ପରୀକ୍ଷାରେ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀମାନେ କୁଶନାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ। ତାଙ୍କ ତଲାସୀ କରିବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଯେ, ତାଙ୍କ ସହଯୋଗୀ ସଚିନ ବାୱାସକର ଏବଂ ପ୍ରଦୀପ ରାଜପୁତ ତାଙ୍କୁ ଏହି ଉପକରଣ ମାଧ୍ୟମରେ ପରୀକ୍ଷାର ଉତ୍ତର ସମାଧାନ କରିବାରେ ସାହାଯ୍ୟ କରୁଥିଲେ। କୁଶନା ମୂଳତ ଜାଲନାର ଭୋକରଦାନର ମନପୁର ଗାଁର ବାସିନ୍ଦା। ଏହି ମାମଲାରେ କୁଶନା ଏବଂ ତାଙ୍କର ଦୁଇ ସହଯୋଗୀ ସଚିନ ବାୱାସକର ଓ ପ୍ରଦୀପ ରାଜପୁତଙ୍କ ବିରୋଧରେ ଓଶିୱାରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ପୁଲିସ କୁଶନାଙ୍କ ଠାରୁ କପି ପାଇଁ ବ୍ୟବହୃତ ଏକ ମୋବାଇଲ୍ ସିମ୍ କାର୍ଡ, ମୋବାଇଲ୍ ଓ କାନ ମାଇକ୍ରୋଫୋନ ଉପକରଣ ଉଦ୍ଧାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/12/F2pA5AUXn0Xpy2g8khbK.jpg)