ବୁର୍ଖା ପରିଧାନ କରି ମହିଳା ଶୌଚାଳୟରେ ପଶୁଥିଲେ ୩୮ ବର୍ଷିଅ ବ୍ୟକ୍ତି

ପାଣାଜୀ: ଗୋଆରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ପୁରୁଷ ମୁସ୍‌ଲମାନମାନଙ୍କ ପୋଷାକ ବୁର୍ଖା ପରିଧାନ କରି ମହିଳାଙ୍କ ଶୌଚାଳୟକୁ ପଶି ଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରୀ ଚାକିରି କରିଥିବା ୩୫ ବର୍ଷିଅ ଏହି ବ୍ୟକ୍ତି ଜଣଙ୍କୁ ତାଙ୍କର ଏପରି ଆଚରଣ ପାଇଁ ଅଟକ ରଖି ପଚରାଉଚରା କରିଛି ପୁଲିସ୍‌।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୋଆ ପୁଲିସ୍‌ ଅଭିଯୁକ୍ତଙ୍କୁ ଗୋଆର ସେଣ୍ଟ୍ରାଲ୍‌ ବସ୍‌ ଷ୍ଟାଣ୍ଡ୍‌ରେ ମହିଳା ଶୌଚାଳୟରେ ପଶୁଥିବା ବେଳେ ଦେଖିବାକୁ ପାଇଥିଲା। ତା’ପରେ ପୁଲିସ୍‌ ଅଭିଯୁକ୍ତ ଭିର୍ଗିଲ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅଟକାଇ ଧରି ନେଇଥିଲା।

କେବଳ ସେତିକି ନୁହେଁ, ମହିଳାଙ୍କ ପରି ଦିଶିବା ପାଇଁ ଅଭିଯୁକ୍ତ ଜଣକ ବୁର୍ଖା ସହ ଓ୍ଵିଗ୍‌ ପରିଧାନ କରିଥିବା ବି ଦେଖିବାକୁ ମିଳିଥିଲା।

ଏହି ଘଟଣାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଏବେ ଘୂରିବାରେ ଲାଗିଛି। ଗୋଆ ପୁଲିସ୍‌ ମୁଖପାତ୍ର ଗଣାମଧ୍ୟରେ ଜଣାଇଛନ୍ତି ଯେ ବେଶ ବଦଳାଇ ଥିବା ହେତୁ ଅଭିଯୁକ୍ତଙ୍କୁ ସେକ୍ସନ୍‌ ୪୧୯ ଅଧୀନରେ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର