ଗିରଫ ଭୟରେ ୧୫ ବର୍ଷ ଫେରାର ଥିବା ଅଭିଯୁକ୍ତ ଘରର ଓ୍ଵାସିଙ୍ଗ୍‌ ମେସିନ୍‌ରୁ ଧରାପଡ଼ିଲା

ମୁମ୍ବାଇ : ଜଣେ ୫୪ ବର୍ଷୀୟ ଯୁବକ ଗିରଫ ହେବା ଡ଼ରରେ ୧୫ ବର୍ଷ ପର୍ଯ୍ୟନ୍ତ ଲୁଚି ବୁଲୁଥିବା ବେଳେ ସୋମବାର ତାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ଅଭିଯୁକ୍ତଙ୍କ ବିରୋଧରେ ଏକ ଲକ୍ଷ ଟଙ୍କା ଠକେଇର ଆରୋପ ଲାଗିଥିବା ବେଳେ ଗିରଫ ହେବା ଡ଼ରରେ ସେ ଲୁଚି ବୁଲୁଥିଲେ । ଏତେ ଦିନର ଛାନ୍‌ଭିନ୍‌ ପରେ ଶେଷରେ ତାଙ୍କୁ ତାଙ୍କ ଘରର ଓ୍ଵାସିଙ୍ଗ ମସିନରୁ ଗିରଫ କରିଛି ମୁମ୍ବାଇ ପୁଲିସ । ଅଭିଯୁକ୍ତ ଜଣକ ଘରେ ଲୁଚି ରହିଛି ବୋଲି ପୁଲସ ଖବର ପାଇବା ପରେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଅଭିଯୁକ୍ତଙ୍କର ଜୁହୁସ୍ଥିତ ଘରେ ପହଞ୍ଚିଥିଲେ ।

ସେଠାରେ ପହଞ୍ଚି ଅଭିଯୁକ୍ତ ଘରେ ଅଛନ୍ତ କି ନାହଁ ବୋଲି ପଚାରିବାରୁ ତାଙ୍କ ସ୍ତ୍ରୀ ସଫା ସଫା ମନା କରିଦେଇଥିଲେ । ପୁଲିସ ତାଙ୍କ କଥାକୁ ବିଶ୍ୱାସ ନ କରି ଘର ଭିତରକୁ ଯିବାକୁ ଚାହିଁବାରୁ ତାଙ୍କ ସ୍ତ୍ରୀ ପୁଲିସ କର୍ମୀମାନଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ । ପ୍ରାୟ ୩ ଘଣ୍ଟା ପରେ ପୁଲିସ କର୍ମୀମାନ ଭିତରକୁ ଯିବାରେ ସଫଳ ହୋଇଥିଲେ । ଘରର ଛାନଭିନ୍‌ କରିବା ସମୟରେ ଘରେ ଥିବା ଓ୍ଵାସିଙ୍ଗ ମସିନରେ ଅଭିଯୁକ୍ତ ଜଣଙ୍କ ଲୁଚି ରହିଥିବା ଜଣା ପଡ଼ିଥିଲା ।

ଅଭିଯୁକ୍ତଙ୍କୁୁ ଗିରଫ କରିବା ସହ ପୁଲିସ କର୍ମୀଙ୍କୁ ନିଜ କାମ କରିବା ସମୟରେ ଅଟକାଇଥିବାରୁ ତାଙ୍କ ସ୍ତ୍ରୀଙ୍କ ବିରୋଧର ମଧ୍ୟ ଏତଲା ଦେଇଛି ପୁଲିସ । ବରିଷ୍ଠ ପୁଲିସ ନିରୀକ୍ଷକ ବସନ୍ତ ଓ୍ଵଖ୍‌ରେଙ୍କ କହିବା ଅନୁଯାୟୀ, “ଅଭିଯୁକ୍ତ ଜଣଙ୍କ ୨୦୦୨ରେ ବିଏଡ଼୍‍ରେ ନାମ ଖୋଇଦେବା ପାଇଁ ପିଲାମାନଙ୍କଠାରୁ ୧ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ପୁନେରୁ ୧କୋଟି ଟଙ୍କାର ଠକେଇ କରିଥିଲେ । ଏ ନେଇ ଅଭିଯୋଗ ହେବା ପରେ ଗିରଫ ହେବା ଡ଼ରରେ ସେ ୧୫ ବର୍ଷ ହେଲା ଲୁଚି ବୁଲୁଥିଲେ।”

ସମ୍ବନ୍ଧିତ ଖବର