ଲକ୍ଷ୍ନୌ: ରାଗରେ ମଣିଷ ହିତାହିତ ଜ୍ଞାନ ହରାଇ ବସେ। ଅତି ରାଗରେ ଏପରି କିଛି ଘଟେ, ଯାହାର ପରିଣାମ ବେଳେ ବେଳେ ଭୟଙ୍କର ହୋଇଥାଏ। ରାଗରେ ମଣିଷ ହାତ ଉଠାଇବ‌ାରୁ‌ ନେଇ ଜୀବନ ନେବା ପର୍ଯ୍ୟନ୍ତ କାମ ବି କରିପାରେ।

Advertisment

ଏକ ଝଗଡ଼ାକୁ କେନ୍ଦ୍ର କରି ଜଣେ ପ୍ରେମିକ ନିଜ ୧୭ ବର୍ଷୀୟ ପ୍ରେମିକାକୁ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଆପାର୍ଟମେଣ୍ଟ୍‌ର ୪ ମହଲାରୁ ତଳକୁ ଠେଲି ଦେଇଥିବା କଥା ଆପଣଙ୍କର ମନେଥିବ ନିଶ୍ଚୟ। ଏବେ ସେହି ଯୁବକ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି।

ଶୁକ୍ରବାର ପୁଲିସ୍‌ ଗୁଳିରେ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ଯୁବକ ଜଣକ ହେଉଛି ମହମ୍ମଦ ସୁଫିୟାନ୍‌। ସେ ନିଜ ପ୍ରେମିକ ନିଧି ଗୁପ୍ତାକୁ ୪ ମହଲାରୁ ତଳକୁ ଠେଲି ଦେଇ ହତ୍ୟା କରିଥିବା କଥା ପୂର୍ବରୁ ଅଭିଯୋଗ ହୋଇଥିଲା।

ନିଧିଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ଅନୁଯାୟୀ ସୁଫିୟାନ୍‌ ଓ ନିଧି ଅନେକ ଦିନ ହେବ ସଂପର୍କରେ ଥିଲେ। ସୁଫିୟାନ୍‌ ସବୁବ‌େଳେ ନିଧିକୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲା। ଏହି କଥାକୁ ନେଇ ସେ ଦୁହଁଙ୍କ ମଧ୍ୟରେ ବରାବର ଝଗଡ଼ା ହେଉଥିଲା।

ତେବେ ନିଧିଙ୍କ ମୃତ୍ୟୁ ପରେ ସୁଫିୟାନ୍‌ କେଉଁଆଡ଼େ ଫେରାର୍‌ ହୋଇ ଯାଇଥିଲେ। ତାକୁ ଧରିଦେବା ପାଇଁ ପୁଲିସ୍‌ ତା’ ମୁଣ୍ଡରେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ନିଧି ହତ୍ୟା ମାମଲା ବ୍ୟତୀତ ସୁଫିୟାନ୍‌ ଉପରେ ବଳପୂର୍ବକ ଧର୍ମାନ୍ତରୀକାରଣ ଅଭିଯୋଗ ବି ରହିଛି। ନିଧିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରେମରେ ଫଶାଇ ସେ କୁଆଡ଼େ ନିଧିଙ୍କୁ ବହୁ ଦିନ ହେବ ବ୍ଲାକ୍‌ମେଲ୍‌ କରି ଆସୁଥିଲା।