ନୂଆଦିଲ୍ଳୀ: ବଲିଉଡ୍ ଅଭିନେତ୍ରୀ ମନ୍ଦନା କରିମୀ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଯୋଜକ ମହେନ୍ଦ୍ର ଧରିୱାଲ୍ ଓ ତାଙ୍କ ପୁଅ ଦ୍ବାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ ଆଗାମୀ ଚଳଚ୍ଚିତ୍ର ‘କୋକାକୋଲା’ର ସୁଟିଂ ସେଟ୍ରେ ବାପପୁଅ ତାଙ୍କ ସହ ଅସଦାଚରଣ କରିଥିଲେ। ମାତ୍ର ଏହାକୁ ଖଣ୍ଡନ କରି ମନ୍ଦନା ଜଣେ ଅଣ-ପେସାଦାର ନାୟିକା ପରି ବ୍ୟବହାର ପ୍ରଦର୍ଶନ କରିଥିବା ଓଲଟା ଅଭିଯୋଗ ଆଣିଛନ୍ତି ପ୍ରଯୋଜକ ମହେନ୍ଦ୍ର ଧରିୱାଲ୍।
‘କୋକା କୋଲା' ସୁଟିଂର ଶେଷ ଦିନରେ ଦୀପାବଳି ସମୟରେ ଏପରି ଘଟଣା ଘଟିଥିଲା। ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ଦେଇଥିବା ଏପରି ବୟାନ ସମସ୍ତଙ୍କୁ ଚକିତ କରିଛି। ମନ୍ଦନା ସାକ୍ଷାତ୍କାର ଦେଇ କହିଛନ୍ତି ’’ଏହି ଚଳଚ୍ଚିତ୍ର ପାଇଁ ଆମେ ଏକ ବର୍ଷରୁ ଅଧିକ ସମୟ ଧରି କାମ କରିଆସୁଛୁ। କାମ କରୁଥିବା ଟିମ୍କୁ ନେଇ ମୁଁ ଆରମ୍ଭରୁ ଅସୁବିଧା ଅନୁଭବ କରିଛି। ପ୍ରଯୋଜକ ମହେନ୍ଦ୍ର ଧରିୱାଲ୍ ଜଣେ ପୁରୁଷ-ପ୍ରାଧାନ୍ୟବାଦୀ ଓ ଅହଂକାରୀ ପ୍ରକୃତିର ଲୋକ। ସବୁକିଛି ପରେ ବି ନଭେମ୍ବର ୧୩ ତାରିଖରେ ଘଟିଥିବା ଘଟଣା ମୋତେ ଅଧିକ ଆଚମ୍ବିତ କରିଥିଲା।’’
'ବିଗ୍ ବସ୍'ରୁ ପ୍ରସିଦ୍ଧି ପାଇଥିବା ମନ୍ଦନା କହନ୍ତି କି ତାଙ୍କ ସୁଟିଂର ଶେଷ ଦିନରେ ତାଙ୍କୁ ଏକ ଘଣ୍ଟା ଅତିରିକ୍ତ କାମ କରିବାକୁ କୁହାଯାଇଥିଲା। ମାତ୍ର କାର୍ଯ୍ୟବ୍ୟସ୍ତତା ହେତୁ ସେ ଅତିରିକ୍ତ କାମ କରିପାରିନଥିଲେ। ଯେତେବେଳେ ସେ ପୋଷାକ ବଦଳାଇବାକୁ ଭ୍ୟାନିଟ୍ ଭ୍ୟାନ୍କୁ ଆସିଥିଲେ ପ୍ରଯୋଜକ ଆସି ତାଙ୍କ ଉପରେ ଚିଲାଇବାକୁ ଲାଗିିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/freepressjournal_2020-01_63d04d99-0e05-42e3-a1a2-b294c9d3e978_70505321_160475228357873_1735573337188082825_n.jpg)