‘ବ୍ଲାକ ଫଙ୍ଗସ ଭୟରେ ଆମେ ଜୀବନ ଦେଉଛୁ’ ବୋଲି ମେସେଜ କରି ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବ୍ଲାକ ଫଙ୍ଗସ ଭୟରେ ଦମ୍ପତି ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି କି ଆତ୍ମହତ୍ୟା କରିଥିବା ସ୍ବାମୀ-ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ। ମୃତ ଦମ୍ପତିଙ୍କ ନାମ ରମେଶ(୪୦) ଓ ଗୁନା ଆର ସୁବର୍ଣ୍ଣା (୩୫) ବୋଲି ଜଣାପଡ଼ିଛି।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ରମେଶ ନିଜର ସୁଇସାଇଡ ଲେଟରରେ ଲେଖିଛନ୍ତି, ମୋର ସ୍ତ୍ରୀ ମଧୁମେହ ରୋଗରେ ପୀଡ଼ିତ । ମୁଁ ଶୁଣିବାକୁ ପାଇଛି କରୋନା ସଂକ୍ରମିତ ମଧୁମେହ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମଣ ହେବେ। ଏଥିସହିତ ନିଜ ଆଖିକୁ ବି ହରାଇ ଦେବେ। ଆମେ ଦୁହେଁ ଦୁହିଁଙ୍କ ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ପାରିବୁ ନାହିଁ। ସେଥିପାଇଁ ଆତ୍ମହତ୍ୟା କରୁଛୁ। ଆମର ସମ୍ପତ୍ତି ଗରିବଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ଆମର ମୃତ୍ୟୁ ପଛରେ କାହାରି ହାତ ନାହିଁ।

पति-पत्नी

ଏଭଳି ଏକ ଅଡିଓ ମେସେଜ ଦମ୍ପତି ପୁଲିସ କମିସନରଙ୍କୁ ପଠାଇଥିଲେ। ଏହି ମେସେଜ ପାଇବା ପରେ ଦମ୍ପତିଙ୍କୁ ବଞ୍ଚାଇବା ପାଇଁ ପୁଲିସ ଠିକଣା ଖୋଜି ପହଞ୍ଚିଲା ବେଳକୁ ସବୁ ଶେଷ ହୋଇଯାଇଥିଲା। ରମେଶ ଓ ଗୁନା ଆର ସୁବର୍ଣ୍ଣା ଆତ୍ମହତ୍ୟା କରି ସାରିଥିଲେ।

ଏହି ଘଟଣାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୁଧାକର କହିଛନ୍ତି, ମାଙ୍ଗଲୋରରେ ଏକ ଦମ୍ପତି କରୋନା ପରୀକ୍ଷା କରାଇଥିଲେ। ଏହି ପରୀକ୍ଷା ରିପୋର୍ଟ ତାଙ୍କର ପଜିଟିଭ ଆସିଥିଲା। ଏଭଳି ଘଟଣା ବାସ୍ତବରେ ଦୁର୍ଭାଗ୍ୟପୂର୍ଣ୍ଣ। କର୍ଣ୍ଣାଟକରେ ୨୮ଲକ୍ଷ ଲୋକ କରୋନାରେ ଠିକ ହୋଇଛନ୍ତି।

ସମ୍ବନ୍ଧିତ ଖବର