ଆଗ୍ରା: ସ୍ତ୍ରୀଙ୍କ ନିର୍ଯାତନାରେ ବିରକ୍ତ ହୋଇ ଜୀବନ ହାରିଲେ ଉତ୍ତରପ୍ରଦେଶର ଆଗ୍ରାରେ ରହୁଥିବା ଜଣେ ଯୁବକ। ଜୀବନ ହାରିବା ପୂର୍ବରୁ ସେ ଏକ ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କରିଛନ୍ତି। ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ସେ ନିର୍ଯାତନାର ଶିକାର ହୋଇ ଆସୁଥିଲେ। ଦୟାକରି କେହି ପୁରୁଷମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରନ୍ତୁ। ମୃତକଙ୍କ ନାମ ହେଲା ମାନବ ଶର୍ମା।

Advertisment

ଘଟଣା ସହିତ ଜଡିତ ଏକ ୬ମିନିଟ୍ ୪୭ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାନବ ପଙ୍ଖାରେ ଫାଶୀ ଲଗାଇ ତଳେ ବସି ଭିଡିଓ କରୁଛନ୍ତି। ଭିଡିଓରେ ମାନବ କହୁଛନ୍ତି, "ମାଆ ଏବଂ ବାପା ମୋତେ କ୍ଷମା କରିବ। ମୁଁ ମୋ ସ୍ତ୍ରୀ ଉପରେ ବିରକ୍ତ ହୋଇଗଲିଣି। ଦୟାକରି, କେହି ପୁରୁଷମାନଙ୍କ ବିଷୟରେ ମଧ୍ୟ କଥା ହେବା ଉଚିତ। ସେମାନେ ବହୁତ ଏକାକୀ ହୋଇଯାଆନ୍ତି। ମୁଁ ପୂର୍ବରୁ ଅନେକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି। ମୁଁ ଚାଲିଗଲେ ସବୁକିଛି ଠିକ୍ ହୋଇଯିବ। ତେଣୁ ମୋତେ ଯିବାକୁ ଦିଅ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ମୋ ବାପାମାଙ୍କୁ ଆଦୌ ଛୁଇଁବ କରିବ ନାହିଁ।"

ବୋହୂ ନିଜ ପ୍ରେମିକ ସହ ରହିବାକୁ ଚାହୁଥିବାରୁ ମାନବ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ତାଙ୍କ ପରିବାର। ଅନ୍ୟ ପକ୍ଷରେ ମାନବଙ୍କ ପତ୍ନୀ ନିକିତା ଶର୍ମା କହିଛନ୍ତି, "ହଁ, ମୋର ଜଣେ ପ୍ରେମିକ ଥି‌ଲେ। କିନ୍ତୁ ବିବାହ ପରେ ସବୁକିଛି ଶେଷ ହୋଇଯାଇଥିଲା। ଏହା ଜାଣି ବି ମାନବ ଝଗଡ଼ା କରୁଥିଲେ ଏବଂ ସନ୍ଦେହ କରୁଥିଲେ। ମୁଁ ତାକୁ ୩ ଥର ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲି। ମୋ ସ୍ୱାମୀ ମୋତେ ମାରୁଥିଲେ। ସେ ପ୍ରଚୁର ମଦ୍ୟପାନ କରୁଥିଲେ। ମୋ କଥା ମଧ୍ୟ ସରକାର ଶୁଣିବା ଉଚିତ। ସେ ମୋତେ ମାରୁଥିଲେ। ଯେତେବେଳେ ମୁଁ ଏହା ମୋ ସ୍ୱାମୀଙ୍କ ବାପାମାଆଙ୍କୁ କହିଥିଲି, ସେମାନେ କହିଥିଲେ ଯେ ସ୍ୱାମୀ-ସ୍ତ୍ରୀ ନିଜ ନିଜ ମଧ୍ୟରେ ଏହାର ସମାଧାନ କରିବା ଉଚିତ। ଘଟଣା ଦିନ ମୁଁ ମୋ ବାପ ଘରେ ଥିବାରୁ ନଣଦଙ୍କୁ କହିଥିଲି ଯେ, ମାନବ ଆତ୍ମହତ୍ୟା କରିବାକୁ ଯାଉଥିବା ମୁଁ ଲାଇଭ୍ ଭିଡିଓରେ ଦେଖିଲି। ତାଙ୍କୁ ଅଟକାଅ।। କିନ୍ତୁ କେହି ମୋ କଥା ଶୁଣିଲେ ନାହିଁ। ଏବେ ତାଙ୍କ ମୃତ୍ୟୁ ପାଇଁ ମୋତେ ଦାୟୀ କରାଯାଉଛି।"