ସ୍ୱାମୀ-ସ୍ତ୍ରୀ ମିଳିତ ଭାବେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ବନାଇ କରିଥିଲେ ଦୁଷ୍କର୍ମ, ବ୍ଲାକ୍‌ମେଲ କରି ଲୁଟି ଚାଲିଥିଲେ ଲକ୍ଷାଧିକ ଟଙ୍କା

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ଦମ୍ପତି ଜଣେ ମହିଳାଙ୍କୁ ବ୍ଲାକ୍‌ମେଲ କରି ତା’ସହିତ ଦୁଷ୍କର୍ମ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ସହିତ ଅଧା ଫ୍ଲାଟ ନିଜର ନାମରେ କରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏକ ଦମ୍ପତ୍ତି ସାମିଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୀଡ଼ିତାଙ୍କ ଅଭିଯୋଗ ହେଉଛି ଦୁଷ୍କର୍ମକାରୀର ପତ୍ନୀ ଏହି ଘଟଣାର ତାକୁ ସହଯୋଗ ମଧ୍ୟ କରିଛି। ଅଭିଯୁକ୍ତ ଦମ୍ପତ୍ତିଙ୍କ ନାମ ତରୁଷ ଓରଫ ଶିବୁ ସିଦ୍ଦିକ୍‌ ଓ ରାକ୍ଷୀ ଶିବୁ ସିଦ୍ଧିକ।

ପୁଲିସ ସୂତ୍ରରୁ ପ୍ରକାଶ, ୧୦ବର୍ଷ ପୂର୍ବେ ଏହି ଦମ୍ପତ୍ତି ୨୯ବର୍ଷୀୟ ପୀଡିତା ଯୁବତୀଙ୍କ ଅଜଣାତରେ ତା’ର ଅଶ୍ଳୀଳ ଭିଡିଓ ବନାଇ ଥିଲେ। ଅଭିଯୁକ୍ତ ଏହି ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ବ୍ଲାକ୍‌ମେଲ୍‌ କରି ଆସୁଥିଲା। ଏଥିପାଇଁ ପୀଡିତା ନିଜ ବ୍ୟାଙ୍କ୍‌ ଆକାଉଣ୍ଟରୁ ଉକ୍ତ ଦମ୍ପତିଙ୍କ ଜମାଖାତାକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ମଧ୍ୟ କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ଦମ୍ପତି ପୀଡିତା ଯୁବତୀଙ୍କ ପିମ୍ପଲେ ସୌଦାଗରସ୍ଥିତ ଫ୍ଲାଟର ଅଧାଅଂଶ ନିଜ ନାମରେ ମଧ୍ୟ କରି ଦେଇଥିଲେ। ଲୋକଲଜ୍ଜ୍ୟକୁ ଭୟ କରି ଚୁପ୍‌ ରହିଥିବା ପୀଡିତା ଦମ୍ପତିଙ୍କ ଅତ୍ୟାଚର ସହ୍ୟ କରି ନପାରି ପୁଲିସକୁ ଜଣାଇଥିଲେ। ପୁଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର