ଆପତ୍ତିଜନକ ଅବସ୍ଥାରେ ବିବାହିତ ପ୍ରେମୀଯୁଗଳଙ୍କୁ ଧରି ଏପରି ଅବସ୍ଥା କଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଏକ ବିବାହିତ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଗ୍ରାମବାସୀ ଧରିଥିଲେ। ଏହାପରେ ଦୁହିଁଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ଭାଇରାଲ ହୋଇଯାଇଛି।

ସୂଚନାଯୋଗ୍ୟ,  ଧରାପଡ଼ିଥିବା ପ୍ରେମୀଯୁଗଳ ଦୁହେଁ ବିବାହିତ। ମହିଳାଙ୍କ ଦୁଇଟି ସନ୍ତାନ ଥିବା ବେଳେ ପୁରୁଷଙ୍କ ତିନିଟି ସନ୍ତାନ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି ଯେ, ଯେମିତି ହିଁ ଉକ୍ତ ମହିଳାଙ୍କ ସ୍ବାମୀ ଘରୁ ବାହାରି ଯାଏ, କିଛି ସମୟ ପରେ ତାର ପ୍ରେମିକା ଆସି ପହଞ୍ଚି ଯାଇଥାଏ। ଏମିତି ଅନେକ ଦିନ ହେବ ଚାଲି ଆସୁଥିଲା। ମଉକା ଦେଖି ଗ୍ରାମବାସୀ ଏମାନଙ୍କ ଉପରେ ଚଢ଼ାଉ କରିଥିଲେ। ଆଉ ଦୁଇଜଣଙ୍କୁ ଆପତ୍ତିଜନକ ଅବସ୍ଥାରେ କାବୁ କରିଥିଲେ।

ବିବାହିତ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିବା ପରେ ଗ୍ରାମବାସୀ ମାଡ଼ ମାରିଥିଲେ। ଗ୍ରାମବାସୀଙ୍କ ମାଡ଼ରେ ମହିଳାଙ୍କ ପୋଷାକ ଚିରି ଯିବା ସହିତ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା। ‌କେବଳ ଏତିକି ନୁହେଁ, ମାଡ ମାରିବା ସହିତ ଗ୍ରାମବାସୀ ‌ବିବାହିତ ପ୍ରେମୀଯୁଗଳଙ୍କୁ ଢ଼ୋଳ ବଜାଇ ଗ୍ରାମରେ ବୁଲାଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିବାହିତ ପ୍ରେମୀଯୁଗଳଙ୍କୁ ଗ୍ରାମବାସୀଙ୍କ କବଳରୁ ମୁକୁଳାଇ ଚିକିତ୍ସା‌ ପାଇଁ ହସ୍ପିଟାଲ ପଠାଇ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର