ନୂଆଦିଲ୍ଲୀ: ଦିଲ୍ଲୀର ନରେଲାସ୍ଥିତ ଗୋଟାଏ ‘ଓୟୋ’ ହୋଟେଲ୍ ରୁମ୍ରେ ବାଦବିବାଦ କରି ଜଣେ ୩୮ବର୍ଷିୟ ବିବାହିତ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଗୁଳି ମାରିଥିବା ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପ୍ରବୀଣ ଓରଫ୍ ସିତୁ ବୋଲି ଜଣାପଡ଼ିଥିବା ଅଭିଯୁକ୍ତ ଆତ୍ମହତ୍ୟା କରିବା ଲାଗି ନିଜ ମଥାରେ ମଧ୍ୟ ଗୁଳି ମାରିଥିଲେ। କିନ୍ତୁ, ସେ ବଞ୍ଚିଯାଇ ଏବେ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ଅଭିଯୁକ୍ତ ଓ ତାଙ୍କ ୩୯ ବର୍ଷୀୟ ପ୍ରେମିକା ଗୀତା ମଙ୍ଗଳବାର ଦିନ ଉକ୍ତ ହୋଟେଲ୍ ରୁମ୍କୁ ଆସିଥିଲେ। ଦୁହେଁ ପ୍ରବଳ ଯୁକ୍ତିତର୍କ ଲାଗିବା ପରେ ରାଗରେ ପ୍ରବୀଣ ଗୀତାଙ୍କ ଛାତିକୁ ଗୁଳି ମାରିଥିଲେ। ଗୀତାଙ୍କୁ ହତ୍ୟା କରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ହୋଟେଲ୍ର ଜଣେ କର୍ମଚାରୀ କହିଛନ୍ତି।
/sambad/media/post_attachments/wp-content/uploads/2022/11/firing.jpg)
ସେପ୍ଟେମ୍ବର ୨୧ ମଧ୍ୟ ପ୍ରବୀଣଙ୍କ ନାମରେ ଅନ୍ୟ ଗୋଟାଏ ନରହତ୍ୟା ଅଭିଯୋଗ ଦାଏର ହୋଇଥିଲା, କିନ୍ତୁ ପରେ ସେ ଜାମିନ ପାଇଥିଲେ। ସେ ଗୌରବ ନାମରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରିଥିଲେ। ଗୌରବଙ୍କ ବାପାଙ୍କ ଅଭିଯାଗକୁ ଆଧାର କରି ପ୍ରବୀଣଙ୍କୁ ଜେଲ୍ ପଠାଯାଇଥିଲା।
/sambad/media/post_attachments/wp-content/uploads/2022/11/praveen.jpg)
‘ଓୟୋ’ରେ ଗୁଳିକାଣ୍ଡ ଘଟଣା ସଂକ୍ରାନ୍ତରେ ଖବର ପାଇବା କ୍ଷଣି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୀତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତ ସେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।
ସମ୍ପ୍ରତି ସଙ୍କଟଜନକ ଅବସ୍ଥାରେ ଥିବା ପ୍ରବୀଣଙ୍କର ସୁଶୀଳା ନାମ୍ନୀ ପତ୍ନୀ ଅଛନ୍ତି। ପିଲାମାନଙ୍କ ସହିତ ସେ ଗୋଟାଏ ଗାଁରେ ବାସ କରନ୍ତି।