କୋଟା: ରାଜସ୍ଥାନର ପ୍ରେମ ନଗର ଅଞ୍ଚଳର ଜଣ ମହିଳାଙ୍କୁ ଚାକିରିର ଲୋଭ ଦେଖାଇ ପାଞ୍ଚ ଜଣ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଉଛନ୍ତି କୋଟାର ଦୁର୍ଗେଶ ଗୌତମ, ସ୍ୱାମୀ ମାଧପୁରର ରବି, ଯୋଗେଶ, ଶିବଶଙ୍କର ଓ ଗାଙ୍ଗପୁର ସିଟିର ବିକ୍ରମ।
ପୀଡ଼ିତା ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ଦୁର୍ଗେଶ ତାଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଫୋନ୍ରେ କଥା ହୋଇ ଏକ ହଷ୍ଟେଲ୍ରେ ଓ୍ଵାର୍ଡେନ୍ ପୋଷ୍ଟ୍ ଖାଲି ଅଛି ବୋଲି ଲୋଭ ଦେଖାଇଥିଲେ। ଚାକିରି ପାଇଁ ଆସି ତାଙ୍କ ଘରେ ଦେଖା କରିବାକୁ ମହିଳାଙ୍କୁ ପରାମର୍ଶ ଦେଇଥିଲେ। ମହିଳା ଜଣକ ଚାକିରି ଆଶାରେ ଦୁର୍ଗେଶଙ୍କ ଘରକୁ ଯିବା ପରେ ଦୁର୍ଗେଶଙ୍କ ସମେତ ୫ ଜଣ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।
କୋଟା-ଉଦୟପୁର ମେଗା ରାଜପଥ ଉପରୁ ପୁଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦୁର୍ଗେଶକୁ ରବିବାର କୋଟା ସିଟିରୁ ଗିରଫ କରିଛି।