୧୫ ବର୍ଷର ନାବାଳକଙ୍କ ସହିତ ୨୬ ବର୍ଷୀୟ ବିବାହିତ ମହିଳା ଫେରାର

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠାରେ ଜଣେ ୨୬ ବର୍ଷର ବିବାହିତ ମହିଳା ଜଣେ ୧୫ ବର୍ଷର ନାବାଳକ ସହିତ ଫେରାର ହୋଇଛନ୍ତି। ମହିଳା ଏବଂ ନାବାଳକ ଜଣଙ୍କ ସ୍ଥାନୀୟ ଏକ ଟେଣ୍ଟହାଉସ୍‌ରେ କାମ କରୁଥିଲେ । ମହିଳାଙ୍କର ଦୁଇଟି ସନ୍ତାନ ଥିବା ବେଳେ ନିଖୋଜ ପରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ।
ପୁଲିସ ସୂଚନା ମୁତାବକ, ଗୁରୁଗ୍ରାମ ସେକ୍ଟର-୫ର ଶିତଲ କଲୋନିରେ ନିଜର ଦୁଇ ସନ୍ତାନଙ୍କ ରହୁ ରହୁଥିଲେ ମହିଳା । ମହିଳାଙ୍କର ଏକ ୪ ବର୍ଷର ଏବଂ ଦେଢ଼ ବର୍ଷର ଶିଶୁ ଥିବା ବେଳେ ଫେରାର ନାବାଳକ ଜଣକ ମଧ୍ୟ ସେହି କଲୋନିରେ ତାଙ୍କ ପରିବାର ସହ ରହୁଥିଲା । ଦୁହେଁ ଏକ ଟେଣ୍ଟହାଉସରେ କାମ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେସ ସଂପର୍କ ଆରମ୍ଭ ହୋଇଥିଲା। ଦୁହିଁଙ୍କ ଫେରାର ପରେ ଉଭୟଙ୍କ ପରିବାର ସଦସ୍ୟ ପୁଲିସରେ ଏତଲା ରୁଜୁ କରିଥିବା ବେଳେ ଆଇପିସି ଧାରା ୩୪୬ ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ମହିଳା ଏବଂ ନାବାଳକର ଫେରାର ହେବା ମଧ୍ୟରେ ୧୦ ଦିନର ବ୍ୟବଧାନ ରହିଥିବା ବେଳେ ପରିବାର ସଦସ୍ୟଙ୍କ ମନରେ ଏହାକୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ । ଏ ପର୍ଯ୍ୟନ୍ତ ଘଟଣା ସମ୍ବନ୍ଧିୟ କୌଣସି ସୂଚନା ମିଳି ନ ଥିବା ବେଳେ ଏନେଇ ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର