ଝାଡ଼ଖଣ୍ଡରେ ଗଣଆତ୍ମହତ୍ୟା: ଘରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ଶବ

ହଜାରିବାଗ: ରବିବାର ଦିନ ଝାଡ଼ଖଣ୍ଡର ହଜାରିବାଗର ଏକ ଘରୁ ଗୋଟିଏ ପରିବାରର ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ପିଲା। ଘରୁ ଖଣ୍ଡେ ଆତ୍ମହତ୍ୟା ଚିଟାଉ ମଧ୍ୟ ମଳିଛି। ସେଥିରୁ ଜଣାପଡୁଛି ପରିବାର ଋଣଗ୍ରସ୍ତ ଥିଲେ।

ମାର୍‌ଓ୍ଵାଡ଼ି ପରିବାରର ୫ ଜଣ ସଦସ୍ୟ ଦଉଡ଼ି ଦେଇ ମରିଛନ୍ତି ବୋଲି କୁହାଯାଉଛି। ଷଷ୍ଠ ଜଣକ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଚିଟାଉରେ ଲେଖାଯାଇଛି ଯେ ସେ ବ୍ୟକ୍ତଜଣକ ଦଉଡ଼ି ଦେଇ ନ ପାରିବାରୁ ତାକୁ ହତ୍ୟା କରାଯାଇଛି।

ମୃତ ଛଅ ବ୍ୟକ୍ତିଙ୍କ ପରିଚୟ ହେଉଛି: ୭୦ ବର୍ଷିୟ ମହାବୀର ମହେଶ୍ୱରୀ, ତାଙ୍କ ପତ୍ନୀ ୬୫ ବର୍ଷୀୟ କିରଣ ମହେଶ୍ୱରୀ, ସେମାନଙ୍କ ପୁତ୍ର ୪୦ ବର୍ଷିୟ ନରେଶ ଅଗ୍ରଓ୍ଵାଲ୍‌, ତାଙ୍କ ପତ୍ନୀ ୩୯ ବର୍ଷୀୟ ପ୍ରୀତି ଅଗ୍ରଓ୍ଵାଲ୍‌ ଏବଂ ସେମାନଙ୍କ ଦୁଇ ପିଲା ୮ ବର୍ଷିୟ ଅମନ ଓ ୬ ବର୍ଷୀୟ ଅଞ୍ଜଳି।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଉକ୍ତ ପରିବାରର ଗୋଟିଏ ଡ୍ରାଏ ଫ୍ରୁଟ୍‌ ଦୋକାନ ଅଛି ଓ ସେମାନେ ଗୁଡ଼ାଏ କରଜବାରଜ କରିଥିବା କୁହାଯାଉଛି। ପରିବାର ମଧ୍ୟରେ ମନୋମାଳିନ୍ୟ ଥିବା କଥା ମଧ୍ୟ ଜଣାଯାଇଛି।

ସମ୍ବନ୍ଧିତ ଖବର