ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ମଗୋର୍ରା ପୁଲିସ ଷ୍ଟେସନରେ ନିୟୋଜିତ ଥିବା ସବ-ଇନ୍ସପେକ୍ଟରଙ୍କୁ ଜଣେ ମହିଳା ପୁଲିସଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ପରେ ସବ-ଇନ୍ସପେକ୍ଟରଙ୍କୁ ଜେଲ ପଠାଇ ଦିଆଯାଇଛି। ଜେଲ ଯାଇଥିବା ସବ-ଇନ୍ସପେକ୍ଟରଙ୍କ ନାମ ମୋହିତ ରଣା ବୋଲି ଜଣାପଡ଼ିଛି।
ପୀଡ଼ିତା ମହିଳା ପୁଲିସ ବରିଷ୍ଠ ପୁଲିସ ଅଧିକାରୀ ଶୈଲେଶ କୁମାର ପାଣ୍ଡେଙ୍କ ନିକଟରେ ଅଭିଯୋଗ କରି କହିଥିଲେ, ‘ମୋହିତ ରାଣା ମୋତେ ଅଶ୍ଳୀଳ ଭିଡିଓ ଓ ଫଟୋ ପଠାଇଥାଆନ୍ତି। ମୁଁ ତାଙ୍କୁ ଏପରି ନକରିବା ପାଇଁ ଅନେକଥର ବାରଣ କରିଛି। କିନ୍ତୁ ସେ ମୋ କଥାକୁ ଅଣଦେଖାା କରି ସେମିତି ଭିଡିଓ ଓ ମେସେଜ ପଠାଇ ଚାଲିଥାଆନ୍ତି। ଗତ ବୁଧବାର ରାତିରେ ମୁଁ ଶୋଇଥିବା ଅବସ୍ଥାରେ ସେ ମୋ କୋଠରି ଭିତରେ ଜୋରଜବରଦସ୍ତି ପଶି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। କୌଶଳ କ୍ରମେ ମୁଁ ତାଙ୍କ କବଳରୁ ମୁକୁଳି ଆସିଥିଲି।’
ମହିଳା ପୁଲିସଙ୍କ ଅଭିଯୋଗ କ୍ରମେ ଏସଏସପି ଯାଞ୍ଚ ଆଦେଶ ଦେଇଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତ ସବ-ଇନ୍ସପେକ୍ଟର ନିଜର ସ୍ମାଟ ଘଣ୍ଟା ଓ ମୋବାଇଲ ଫୋନ ଫିଙ୍ଗି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ମାଗୋର୍ରା ଥାନାରେ ନିୟୋଜିତ ଥିବା ସବ-ଇନ୍ସପେକ୍ଟର ମୋହିତ ରାଣାଙ୍କ ଫୋନକୁ ପୁଲିସ ଖୋଜୁଛି। ଏହି ଫୋନ ମିଳେଲେ ସେଥିରୁ ବି କିଛି ପ୍ରମାଣ ମିଳିବା ନେଇ ଯାଞ୍ଚ କରୁଛନ୍ତି ପୁଲିସ ଟିମ ସୂତ୍ରରୁ ପ୍ରକାଶ ପାଇଛି।