ମୁମ୍ବାଇ: ମୁମ୍ବାଇର ସହାର ପୁଲିସ ଜଣେ ବରିଷ୍ଠ ସେଲ୍ସ ଏକ୍ଜିକ୍ୟୁଟିଭଙ୍କୁ ଜଣେ ୨୯ ବର୍ଷୀୟା ମହିଳା ଆଇଜୀବୀଙ୍କ ସହିତ ବ୍ୟାଙ୍କକ-ମୁମ୍ବାଇ ଥାଇ ଏୟାରେଓ୍ଵଜ୍ ଫ୍ଲାଇଟ୍ରେ ଯୌନ ଶୋଷଣ କରିଥିବା ଅଭିଯୋଗରେ ଗିରଫ କରିଛି।
ଅଭିଯୁକ୍ତଙ୍କ ନାମ ଚନ୍ଦ୍ରହାସ ତ୍ରିପାଠୀ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ବ୍ୟାଙ୍କକର ଡନ୍ ମ୍ୟୁଏଙ୍ଗ୍ ଇଣ୍ଟରନେସନାଲ୍ ବିମାନ ବନ୍ଦରରୁ ବିମାନଯାତ୍ରା ଆରମ୍ଭ କରିଥିଲେ। ବିମାନ ଭିତରେ ଲାଇଟ୍ ବନ୍ଦ ହେବା ପରେ ଅଭିଯୁକ୍ତ ଚନ୍ଦ୍ରହାସ ପାଖରେ ବସିଥିବା ଯୁବତୀଙ୍କ ଜଂଘକୁ ଆଉଁସିବାରେ ଲାଗିଥିଲେ। ଚନ୍ଦ୍ରହାସ ଭାବିଥିଲେ ଯୁବତୀଜଣକ ଶୋଇ ଯାଇଛନ୍ତି ବା ତାଙ୍କୁ ସୁଯୋଗ ଦେଉଛନ୍ତି। ଏହାପରେ ଅଭିଯୁକ୍ତ ପୀଡ଼ିତାଙ୍କ ଜଂଘରେ ଅଧିକ ଚାପ ଦେଇଥିଲେ।
ଏହାପରେ ପୀଡ଼ିତା ତୁରନ୍ତ ବିମାନର କର୍ମଚାରୀମାନଙ୍କୁ ଏସଂପର୍କରେ ସୂଚିତ କରିଲେ। ଏହାପରେ ପୀଡିତାଙ୍କର ସିଟ୍ ବଦଳାଇ ଦିଆଯାଇଥିଲା। ଖାଲି ସେତିକି ନୁହେଁ ଚନ୍ଦ୍ରହାସଙ୍କ ବିରୋଧରେ ଆଇପିସିର ୩୫୮ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇ ମୁମ୍ବାଇର ଅନ୍ଧେରି ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଉପସ୍ଥିତ କରାଯାଇଥିଲା। ଏହାପରେ ଚନ୍ଦ୍ରହାସଙ୍କୁ ବିଚାର ବିଭାଗର ହାଜକୁ ପଠାଇ ଦିଆଯାଇଛି।
ଅପରପକ୍ଷରେ ମଧ୍ୟପ୍ରଦେଶର ଇନ୍ଦୋରର ଅଧିବାସୀ ଚନ୍ଦ୍ରହାସ ତ୍ରିପାଠୀ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ସେ କଂପାନି କାମରେ ଥାଇଲାଣ୍ଡ ଯାଇଥିଲେ।