ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗଙ୍ଗାନଗରର ପଞ୍ଚବଟି କଲୋନି ସାମ୍ନାରେ କସେରୁବକ୍ସର ନିବାସୀ ଡାକ୍ତର ଦମ୍ପତିଙ୍କ ଝିଅ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରି ଦେଇଛନ୍ତି।
ମୃତ ଝିଅ ଏମବିବିଏସର ଶେଷ ବର୍ଷର ଛାତ୍ରୀଥିଲେ। କିଛିଦିନ ହେବ ସେ ଚିନ୍ତାରେ ଥିଲେ। ଗତ ଗୁରୁବାର ରାତିରେ ବାପା ଓ ମା’ଙ୍କ ସହ କଥା ହେବା ପରେ ଛାତ୍ରୀ ନିଜ କୋଠରିକୁ ଯାଇ ବିଷ ପିଇ ଜୀବନ ହାରି ଦେଇଛନ୍ତି।
ଗଙ୍ଗାନଗରର ପଞ୍ଚବଟି କଲୋନି ସାମ୍ନାରେ ଥିବା କସେରୁବକ୍ସରରେ ଡାକ୍ତର ଏସପି ସିଂହ ଓ ତାଙ୍କ ସ୍ତ୍ରୀ ଡାକ୍ତର ଉଷା ସିଂହଙ୍କ ଅନୁଦେବ ନର୍ସିଂ ହୋମ ଅଛି। ନର୍ସିଂ ହୋମ ଉପରେ ତିଆରି ହୋଇଥିବା କୋଠାରେ ଏସପି ସିଂହଙ୍କ ପରିବାର ବସବାସ କରନ୍ତି।
ଡାକ୍ତର ଏସପି ସିଂହ ଓ ଉଷା ସିଂହଙ୍କ ୨୩ବର୍ଷୀୟ ଝିଅ ଅନୁଷ୍କା ମେରଠ କଲେଜରେ ଏମବିବିଏସର ଫାଇନାଲ ଇୟରର ଛାତ୍ରୀ ଥିଲେ। ସିଂହ ଦମ୍ପତିଙ୍କ ସାନ ଝିଅ ବାହାରେ ରହି ପାଠପଢ଼ନ୍ତି। ପରିବାରଲୋକଙ୍କ କହିବାନୁସାରେ, ଅନୁଷ୍କା କିଛିଦିନ ହେବ ପାଠପଢ଼ାକୁ ନେଇ ଚିନ୍ତାରେ ଥିଲା। ଗତ ସପ୍ତାହରେ ବି ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲା କିନ୍ତୁ ଅସଫଳ ରହିଥିଲା। ଆମେ ତାକୁ ଅନେକ ବୁଝାଇଥିଲୁ। ସେ ଏପରି ଆଉ କରିବ ନାହିଁ ବୋଲି କହିଥିଲା। କିନ୍ତୁ ଗୁରୁବାର ରାତି ଆମ ସହିତ କଥା ହୋଇ ତା ରୁମକୁ ଚାଲିଯିବା ପରେ ବିଷ ପିଇ ଜୀବନ ହାରି ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/15/Tx5gUL05tzhFNRgXL7rN.jpg)