‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’ ଲେଖି ପଙ୍ଖାରେ ଓହଳି ଆତ୍ମହତ୍ୟା କଲେ ଡାକ୍ତରୀ ଛାତ୍ର

ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଡାକ୍ତରୀ ଛାତ୍ର ନିଜ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଛାତ୍ର ଜଣକ ଆତ୍ମହତ୍ୟା କରିବା ସହ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଏକ ସୁଇସାଇଡ୍‌ ନୋଟ୍‌ରେ ଲେଖି ଯାଇଛନ୍ତି। ମୃତକ ଜଣକ ଏମ୍‌ବିବିଏସ୍‌ର ୪ର୍ଥ ବର୍ଷର ଛାତ୍ର ଥିଲେ।

କିଛି ମାସ ହେବ ସେ ମାନସିକ ଭାବେ ଟିକେ ଅସୁସ୍ଥ ଥିଲେ। ସେ ରହୁଥିବା ହଷ୍ଟେଲ୍‌ର ଏକ ଗୃହ ମଧ୍ୟରେ ପଙ୍ଖାରେ ନିଜକୁ ଟାଙ୍ଗି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମାମଲାଟି ହେଉଛି କୋତବାଲି ସହରର ମେଡିକାଲ୍‌ କଲେଜ ପରିସରର। ହଷ୍ଟେଲ୍‌ର ଅନ୍ୟ ପିଲା ଛାତ୍ର ଜଣକ ମୃତଦେହ ପଙ୍ଖାରେ ଓହଳିଥିବାର ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଉପଯୁକ୍ତ ସମୟରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇବା ସହ ଏ ନେଇ ତଦନ୍ତ ଆରମ୍ଭ କରିଦେଇଛି।

ଏହି ଘଟଣାକୁ ନେଇ ଡିଏସ୍‌ପି ଆନନ୍ଦ କହିଛନ୍ତି ଯେ ‘ରାଣୀ ଦୂର୍ଗାବତୀ ମେଡିକାଲ୍‌ କଲେଜ୍‌ରେ ୨୦୧୬ ମସିହା ବ୍ୟାଚ୍‌ର ଅମିତ ମଜୁମଦାର୍‌ ଏମ୍‌ବିବିଏସ୍‌ର ୪ର୍ଥ ବର୍ଷର ଛାତ୍ର ଥିଲା। ଗତ କିଛି ମା‌ସ ହେବ ‌ସେ ମାନସିକ ସ୍ଥରରେ ଅସୁସ୍ଥ ରହିଥିଲା। ଏହି କାରଣରୁ ସେ ହଷ୍ଟେଲ୍ଲ୍‌ର ଏକ ରୁମ୍‌ରେ ପଙ୍ଖାରେ ଓହଳି କି ଆତ୍ମହତ୍ୟା କରିଛି।’ସେ ଆହୁରି ବି କହିଛନ୍ତି ଯେ ଅମିତଙ୍କର ମାନସିକ ରୋଗ ବିଭାଗ ଓପିଡିରେ ଚିକିତ୍ସା ବି ଚାଲିଥିଲା।

ସମ୍ବନ୍ଧିତ ଖବର