ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ଏମ୍ସିଏଲ୍ର ବିଭିନ୍ନ ଖଣିରୁ କୋଇଲା ଚୋରି ର୍ୟାକେଟ୍ର ମାଷ୍ଟର ମାଇଣ୍ଡକୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଗିରଫ କରିଛି। ସେ ହେଉଛି ଖୁଣ୍ଟୁଣି ଥାନା କଣ୍ଡରେଇର ଚିତ୍ତରଞ୍ଜନ ବେହେରା। ଆଜି ତାକୁ ତାଳଚେର ଏସ୍ଡିଜେଏମ୍ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ୧୧ଟି କୋଇଲା ବୋଝେଇ ଟ୍ରକ୍ ଜବତ କରିଥିଲା। ଏମାନେ ଏକ ଗ୍ୟାଙ୍ଗ୍ କରି କୋଇଲା ଟ୍ରକ୍ ଚାଳକଙ୍କୁ ଧମକ ଦେଉଥିଲେ। ଆବଶ୍ୟକ ପଡ଼ିଲେ ବନ୍ଧୁକ ଦେଖାଇ ଭୟଭୀତ କରାଉଥିଲେ। ଅନେକ ସମୟରେ ଗ୍ୟାଙ୍ଗ୍ୱାର ମଧ୍ୟ ହେଉଥିଲା, ଗୁଳିକାଣ୍ଡ ଘଟୁଥିଲା।
ଏମ୍ସିଏଲ୍ରୁ କୋଇଲା ଚୋରି ର୍ୟାକେଟ୍: ମାଷ୍ଟରମାଇଣ୍ଡ ଗିରଫ
/sambad/media/post_attachments/wp-content/uploads/2019/12/arrest-aajtak-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)