ମିରଟ: ୟୁପିର ମିରଟରେ ସ୍ୱାମୀ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁସ୍କାନଙ୍କୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ତଥ୍ୟ ଆସିବାରେ ଲାଗିଛି। ଏବେ ମୁସ୍କାନର ମା’ କିଏ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ହତ୍ୟା ଘଟଣାକୁ ନେଇ ଆଉ ଏକ ସୂଚନା ଆସିଛି। ମୁସ୍କାନ ଓ ତା’ ପ୍ରେମିକ ସାହିଲ୍‌ର କେଉଁ ଭୁଲ୍ ତାଙ୍କୁ ଧରା ପକାଇ ଦେଲା ତାହା ସାମ୍ନାକୁ ଆସିଛି।

Advertisment

ସ୍ୱାମୀ ସୌରଭ ରାଜପୁତଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ହିମାଚଳରେ ଛୁଟି କଟାଇ ଫେରିବା ପରେ ମୃତଦେହକୁ ଫିଙ୍ଗିବାର ଯୋଜନା କରିଥିଲେ। ହେଲେ ଡ୍ରମର ଓଜନ ତାହା କରିବାକୁ ଦେଇ ନଥିଲା।

ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁସାରେ, "ମୁସ୍କାନ ଏବଂ ସାହିଲ ମାର୍ଚ୍ଚ ୩ର ବିଳମ୍ବିତ ରାତିରେ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ। ତା'ପରେ ମୃତଦେହକୁ ୧୫ଖଣ୍ଡ କରି କାଟି ଦେଇଥିଲେ। ଏହି ଖଣ୍ଡଗୁଡ଼ିକୁ ଏକ ପ୍ଲାଷ୍ଟିକ୍ ଡ୍ରମରେ ରଖି ତା' ଉପରେ ଓଦା ସିମେଣ୍ଟ ଢାଳି ଦିଆଯାଇଥିଲା। ଏସବୁ କରି ମୁସ୍କାନ ଏବଂ ସାହିଲ ଦୁଇ ସପ୍ତାହ ପାଇଁ ହିମାଚଳ ଭ୍ରମଣ ପାଇଁ ବାହାରି ଯାଇଥିଲେ।ସେମାନେ ଫେରିବା ପରେ ଡ୍ରମକୁ ଫିଙ୍ଗିବେ ବୋଲି ଯୋଜନା କରିଥିଲେ। ହେଲେ ଫେରିବା ପରେ ଦୁହେଁ ଡ୍ରମକୁ ଉଠାଇ ପାରିନଥିବା ବେଳେ କିଛି ଶ୍ରମିକକୁ ଏହି କାମ ପାଇଁ ଡାକିଥିଲେ। ହେଲେ ସେମାନେ ମଧ୍ୟ ଡ୍ରମ ଉଠାଇ ପାରିନଥିଲେ। ଉଠାଇବାକୁ ଉଦ୍ୟମ କରୁଥିବା ବେଳେ ଡ୍ରମଟି ଫାଟିଯିବାରୁ ଭିତରୁ ଦୁର୍ଗନ୍ଧ ବାହାରିଥିଲା। ଏହା ପରେ ଶ୍ରମିକମାନେ ଫେରିଯାଇଥିଲେ। ଅନ୍ୟ କିଛି ବାଟ ନପାଇ ଶେଷକୁ ମୁସ୍କାନ ନିଜ ଘରକୁ ଯାଇ ମାତାପିତାଙ୍କ ଆଗରେ ନିଜର ଅପରାଧ ସ୍ବୀକାର କରିଥିଲେ।"

meerut | saurabh-rajput | muskaan-rastogi