ମଧ୍ୟପ୍ରଦେଶ: ଉତ୍ତରପ୍ରଦେଶର ମେରଟରୁ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ତନ୍ଦୁରୀ ରୁଟି କରୁଥିବା ବେଳେ ସେଥିରେ ଛେପ ଲଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏକ ବିବାହ ଉତ୍ସବର ବୋଲି କୁହାଯାଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ନେଇଛି। ଗିରଫ ପରେ ବ୍ୟକ୍ତି ଜଣକ ନିଜ ଦୋଷକୁ ସ୍ବୀକାର କରି ନାହାନ୍ତି। ଗିରଫ ଅଭିଯୁକ୍ତ ନାମ ନୌଶାଦ ବୋଲି ଜଣାପଡ଼ିଛି।
ଏହି ଭିଡିଓଟି ଉତ୍ତରପ୍ରଦେଶର ମେରଟ କାନକାର୍କେଡା ଅଞ୍ଚଳର ବୋଲି କୁହାଯାଉଛି। ତିନି, ଚାରି ଦିନ ପୂର୍ବରୁ ଏଠାରେ ଜଣଙ୍କର ନିର୍ବନ୍ଧ ଭୋଜି ଚାଲିଥିଲା । ଯେଉଁଥିରେ ନୌଶାଦ ନାମକ ଜଣେ କାରିଗରଙ୍କୁ ରୁଟି ତିଆରି କରିବାକୁ ଡକାଯାଇଥିଲା ।
#मेरठ में फिर रोटी में थूक लगाने का मामला, सगाई समारोह में यह हरकत करने वाला नौशाद गिरफ्तार। pic.twitter.com/Xkfs1JBmVz
— Danish khan (@Danishk77853628) December 5, 2021
ନୌଶାଦ ରୁଟି ତିଆରି କରୁଥିବା ସମୟରେ ସେଥିରେ ଛେପ ପକାଉଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । ଆଉ ଏହି ଘଟଣାର ଭିଡିଓକୁ କୈଦ କରି ନେଇଥିଲେ।
ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ମେରଟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ନୌଶାଦଙ୍କୁ ଗିରଫ କରିଛି ।
ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇ ମେରଟ ପୁଲିସ କହିଛି, ‘କାନକାର୍କେଡା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।