ସୋସିଆଲ ମିଡ଼ିଆରେ ପ୍ରେମିକାର ଅଶ୍ଲୀଳ ଫଟୋ ଛାଡ଼ିଲା ପ୍ରେମିକ, ପାପ କରିଥିବା କହି ପ୍ରେମିକା ଉପରେ ଜରିମାନା ଲଗାଇଲେ ଗାଁ ଲୋକେ

ସିଲଂ: ମେଘାଳୟରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ମହିଳାଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡ଼ିଆରେ ତା’ର ପ୍ରେମିକ ଭାଇରାଲ କରିବା ପରେ ମଧ୍ୟ ଦଣ୍ଡ ପ୍ରେମିକକୁ ନ ମିଳି ପ୍ରେମିକାକୁ ମିଳିଥିବା ଜଣା ପଡ଼ିଛି । ଏହି ଖବର ପ୍ରସାର ହେବା ପରେ ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ସୂଚନା ମୁତାବକ, ପ୍ରେମିକ ଫୋନରେ ନିଜ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଦେଖିବା ପରେ ପୀଡ଼ିତା ତାକୁ ହଟାଇବା ପାଇଁ କହିଥିଲେ । କିନ୍ତୁ ପ୍ରେମିକ ଏପରି ନ କରିବା ପାଇଁ ରୋକ୍‌ ଠୋକ ମନା କରି ଦେଇଥିଲା । ଅନେକ ଗୁହାରି କରିବା ପରେ ମଧ୍ୟ ପ୍ରେମିକ କଥା ନ ଶୁଣିବାରୁ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ ।

Rajasthan Post

କିନ୍ତୁ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ଭିତରେ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ଭାଇରାଲ ହୋଇ ସାରିଥିଲା । ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପୀଡ଼ିତାଙ୍କ ଫଟୋ ଏବଂ ଭିଡ଼ିଓ ଦେଖି ତାଙ୍କ ଗାଁ ଲୋକେ ଅଭିଯୁକ୍ତ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ପୀଡ଼ିତା ପାପ କରିଥିବା କହି ତାଙ୍କ ଉପରେ ୩୦୦୦ ଟଙ୍କାର ଜରିମାନା ଲଗାଇଛନ୍ତିା

ସମ୍ବନ୍ଧିତ ଖବର