ସାପ ସହିତ ଟିକ୍‌ଟକ୍‌ ଭିଡିଓ କରିବା ପରେ ପଥରରେ ଛେଚି ନିଆଁ ଲଗାଇ ଜଳାଇ ଦେଲେ ୪ଜଣ ଯୁବକ

ନୂଆଦିଲ୍ଲୀ: ଟିକ୍‌ଟକ୍‌ ଭିଡିଓକୁ ଭାଇରାଲ କରିବା ପାଇଁ ଆଜିକାଲି ଯୁବପିଢ଼ି ନିଜର ହିତାହିତ ଜ୍ଞାନ ଭୁଲି ସମସ୍ତ ସୀମା ଟପି ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ  ଘଟଣାର ପ୍ରମାଣ ଏଇ କିଛିଦିନ ହେବ ଖୁବ୍‌ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଯେଉଁଥିରେ ୪ଜଣ ଯୁବକ ସାପକୁ ଧରି ଗୁଜୁରାଟୀ ଆଦିବାସୀ ଗୀତରେ ନାଚୁ ଥିବା ନଜର ଆସୁଛନ୍ତି। ଯାହା ସେମାନଙ୍କୁ ପରବର୍ତ୍ତୀ ସମୟରେ ମହଙ୍ଗା ପଡ଼ିଛି।

वन विभाग की नजर वीडियो पर पड़ी
oneindia.com

ଚାରିଜଣ ଯୁବକ ସାପକୁ ଧରି ନାଚିବା ପରେ ତାକୁ ପଥର ଓ ବାଡ଼ିରେ ଫିଟି ମାରି ଦେଇଥିଲେ। ପ୍ରମାଣ ଲିଭାଇବା ପାଇଁ ସାପଟିକୁ ନିଆଁ ଲଗାଇ ଜାଳି ଦେବାକୁ ପଛାଇ ନଥିଲେ ସେମାନେ। ଏହି ଘଟଣାର ଚାରିଜଣ ଭିଡିଓ ବି ପ୍ରସ୍ତୁତ କରିଥିଲେ। ଗୁଜୁରାଟର ମହିସାଗର ଜିଲ୍ଲାରୁ ଏହି ଭିଡିଓ ମାର୍ଚ୍ଚ ୫ରେ ଭାଇରାଲ୍‌ ହେବା ପରେ ବନବିଭାଗଙ୍କ ଦୃଷ୍ଟିରେ ପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ବନ୍ୟପ୍ରାଣୀ ନିର୍ଯାତନା ନିୟମ ଆଧାରରେ ବନବିଭାଗ ଚାରିଜଣ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରି ନେଇଥିଲା। ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି।

सांप पर डंडे और पत्थरों से वार किया
oneindia.com

ଗିରଫ ୪ଜଣ ଦୋଷୀଙ୍କୁ ଏହି ଘଟଣା ବିଷୟରେ ପଚରା ଯିବାରୁ ସେମାନେ ସାପ ମାରିବା ବି ଅପରାଧ ତାଲିକାରେ ଯାଏ, ତାହା ସେମାନେ ଜାଣି ନଥିଲେ ବୋଲି କହିଛନ୍ତି। ସାପକୁ କାହିଁକି ଜଳାଇଲ ବୋଲି ପ୍ରଶ୍ନ କରିବାକୁ ଦୋଷୀ କହିଥିଲେ, ସେମାନେ ସାପର ସହିତ ନାଚୁନାଚୁ ତାର ମୃତ୍ୟୁ ହୋଇଯାଇଥିଲା। ତେଣୁ ତାର ଅନ୍ତିମ ସଂସ୍କାର କରି ଦେଇଥିଲେ।

ସମ୍ବନ୍ଧିତ ଖବର