ନୂଆଦିଲ୍ଲୀ: ଫ୍ଲୋରିଡାରେ ଜଣେ ଯୁବକ ମହିଳା ବେଶରେ ୧୪ବର୍ଷର ଜଣେ ନାବାଳକକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅପରାଧରେ ପୁଲିସ ଦୁଷ୍କର୍ମକାରୀକୁ ସୋମବାର ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଫ୍ଲୋରିଡାର ଦକ୍ଷିଣ-ପୂର୍ବ ସହର ଫୋର୍ଟ ଲାଡରଡେଲରେ ଗତ ଅଗଷ୍ଟ ମାସରେ ୩୬ବର୍ଷୀୟ ଜେବରିସ୍ କ୍ୱାଣ୍ଟିନ୍ ଫିଲିପ୍ସ ନାମକ ଜଣେ ଯୁବକ ମହିଳା ବେଶ ଧାରଣ କରି ୧୪ବର୍ଷୀୟ ନାବାଳକ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା। ଫିଲିପ୍ସ ସହିତ ତାର ସାଙ୍ଗ ବି ଏହି ଦୁଷ୍କର୍ମ ଘଟଣାରେ ସାମିଲ ଥିଲା।
ପୀଡିତଙ୍କ କହିବାନୁସାରେ, ୨୦୧୭ ଅଗଷ୍ଟ ୬ ତାରିଖରେ ସନ୍ଧ୍ୟା ୭.୨୦ ସମୟରେ ସେ ତାଙ୍କ ଘରକୁ ଯାଉଥିଲେ। ସେହି ସମୟରେ ଦୁଇଜଣ ଯୁବକ ପୀଡିତ ପାଖକୁ ଆସିଥିଲେ। ତାଙ୍କର ରୂପ ମହିଳା ଭଳି ଥିଲା, କିନ୍ତୁ ସ୍ୱର ପୁରୁଷ ଥିଲା । ଯାହାପରେ ପୀଡିତ ଭୟରେ ସେଠାରୁ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ଦୁଇଜଣ ଯୁବକ ପିଛା କରିବା ସହିତ ମାଡମାରି ତାଙ୍କ ହାତଗୋଡ ବାନ୍ଧି ପକାଇଥିଲେ। ଏହାପରେ ଏକ ଖାଲି ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ପୀଡିତ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ବନ୍ଧୁକ ଦେଖାଇ ପୀଡିତକୁ ଚିତ୍କାର କରିବାକୁ ମନା କରିଥିଲେ। କିନ୍ତୁ ପୀଡିତ ଦୁଷ୍କର୍ମକାରୀଙ୍କ କୌଣସି କଥା ନଶୁଣି ଚିତ୍କାର କରି ଚାଲିଥାଏ। ଏହାର ଭୟରେ ଦୁଇ ଦୁଷ୍କର୍ମକାରୀ ପୀଡିତକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ। ଏହାପରେ ନାବାଳକ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇବା ପରେ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।