ଶାରୀରିକ ସଂପର୍କ ରଖିବା ପାଇଁ ପ୍ରେମିକା ବ୍ଲାକ୍‌ମେଲ କରୁଥିବାରୁ କୁରାଢ଼ିରେ ହାଣି ହତ୍ୟା କଲା ପ୍ରେମିକ

ରାଜକୋଟ: ଗୁଜୁରାଟର ରାଜକୋଟରେ ଏକ ଲୋମଟାଙ୍କୁରୀ ଦେବା ଭଳି ଘଟଣା ଘଟିଛି । ଜଣେ ପ୍ରେମିକ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ପ୍ରେମିକା ଶାରୀରିକ ସଂପର୍କ ରଖିବା ପାଇଁ ବ୍ଲାକ୍‌ମେଲ କରିବାରୁ ଅଭିଯୁକ୍ତ ପ୍ରେମିକ ଏପରି କରିଥିବା ସ୍ପଷ୍ଟ ହୋଇଛି ।

DNA India

ସୂଚନା ମୁତାବକ, ଅଭିଯୁକ୍ତ କିଛି ବର୍ଷ ହେଲା ଏକ ଫ୍ୟାକ୍ଟ୍ରିରେ ମ୍ୟାନେଜର ହିସାବରେ କାମ କରି ଆସୁଥିଲେ । ସେହି ଫ୍ୟାକ୍ଟ୍ରିକୁ ବର୍ଷେ ପୂର୍ବରୁ କବିତା ଚୌହାନ ନାମକ ଜଣେ ମହିଳା କାମ କରିବା ପାଇଁ ଆସିଥିଲେ । ଧୀରେ ଧୀରେ ଏକା ସାଙ୍ଗରେ କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । ଧୀରଜ ବିବାହିତ ହେବା ସହ ଦୁଇଟି ପିଲାର ବାପା ହୋଇ ମଧ୍ୟ କବିତାଙ୍କ ସହ ଶାରୀରିକ ସଂପର୍କ ରଖିବାରୁ ନିଜକୁ ରୋକି ପାରି ନଥିଲେ । ଫେବୃଆରୀ ୯, ୨୦୧୯ରେ କବିତା ଧୀରଜଙ୍କୁ ଫୋନ କରି ରହୁଥିବା ଘରକୁ ଡ଼ାକିଥିଲେ । କିନ୍ତୁ ଧୀରଜଙ୍କ ପୁଅର ଦେହ ଖରାପ ହୋଇଥିବାରୁ ସେ ଆସିବାକୁ ମନା କରି ଦେଇଥିଲେ । ଯାହା ପରେ କବିତା ଧୀରଜଙ୍କ ପତ୍ନୀଙ୍କୁ ସବୁ କିଛି କହିଦେବାର ଧମକ ଦେଇଥିଲେ । କବିତାଙ୍କ ଏହି କଥାରେ ରାଗି ଯାଇ ଧୀରଜ ଫ୍ୟାକ୍ଟ୍ରିରେ ପହଞ୍ଚି କବିତାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିଲେ । ଘଟଣା ବିଷୟରେ ପୁଲିସ ଜାଣି ତଦନ୍ତ କରିବା ପରେ ଧୀରଜକୁ ଏବେ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର