ଜୟପୁର: ମଟରସାଇକେଲ୍, ସୁନା ଚେନ୍ ଏବଂ ମୋବାଇଲ୍ ଫୋନ୍ ଆଦି ଚୋରି କରିବା ନିମନ୍ତେ ଜୟପୁରର ଜଣେ ୨୧ ବର୍ଷିୟ ବ୍ୟକ୍ତି ୬ ଜଣ ବେକାର ଲୋକଙ୍କୁ ମାସିକ ୧୫, ୦୦୦ ଟଙ୍କା ଦରମାରେ ଚୟନ କରିଛନ୍ତି। ଚୟନ ହୋଇଥିବା ବ୍ୟକ୍ତି ପ୍ରତିଦିନ ଅନ୍ୟୂନ ଗୋଟିଏ ଅପରାଧ କରିବାକୁ ଟାର୍ଗେଟ୍ ଦିଆଯାଇଛି। ନଚେତ୍ ସେ ଉକ୍ତ ବ୍ୟକ୍ତିଙ୍କର ସେ ଦିନର ଦରମା କଟାଯିବ ବୋଲି କୁହାଯାଇଥିବା କଥା ପୁଲିସ କହିଛି।
ସହରର ଜବାହର ସର୍କଲ୍ ଅଞ୍ଚଳ, ଶିବଦାସପୁର, ଖୋ ନାଗୋରିୟାଁ, ସାନଗାନେର୍ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ସୁନା ଚେନ୍ ଝାମ୍ପିନେବା, ମୋବାଇଲ୍ ଫୋନ୍ ଛଡ଼ାଇ ନେବା ଏବଂ ମଟରମାଇକେଲ୍ ଚୋରି କରିବା ଅଭିଯୋଗରେ ସେ ଦଳର ମୁଖ୍ୟଙ୍କ ସମେତ ମଙ୍ଗଳବାର ଦିନ ସାତଜଣଙ୍କୁ ଗିରଫ କରାଯାଇଛି ବୋଲି ପୂର୍ବ ଜୟପୁରର ଡେପୁଟି ପୁଲିସ କମିସନର୍ ଗୌରବ ଯାଦବ କହିଛନ୍ତି।
ସମ୍ପୃକ୍ତ ଅଞ୍ଚଳରେ ସୁନାଚେନ୍ ଓ ମୋବାଇଲ୍ ଫୋନ୍ ଚୋରି ଘଟନା ବୃଦ୍ଧି ପାଇବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଉକ୍ତ ଡକାୟତ ଦଳଙ୍କୁ ଧରିବାକୁ ସିସିଟିଭି ଫୁଟେଜ୍ ଏବଂ ଚୋରି ମୋବାଇଲ୍ଗୁଡ଼ିକୁ ଟ୍ରାକ୍ କରିଥିଲେ। ପ୍ରତାପ ନଗର ଅଞ୍ଚଳରେ ଏକ ଭଡ଼ାଘରେ ଚୋର ଦଳର ସଦସ୍ୟମାନେ ରହୁଥିବା କଥା ରବିବାର ଦିନ ପୁଲିସ ଦଳ ସୂଚନା ପାଇଲା ପରେ ସେଠାରେ ଚଢ଼ାଉ କରିଥିଲେ।
ସମୁଦାୟ ୩୩ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପ୍ଟପ୍, ଦୁଇଟି ଚେନ୍ ଏବଂ ୪ଟି ମଟରସାଇକେଲ୍ ସେମାନଙ୍କ ଠାରୁ ଉଦ୍ଧାର କରାଯାଇଛି। ସେମାନେ ଚୋରି ମଟର୍ସାଇକେଲ୍ ବ୍ୟବହାର କରି ଚେନ୍ ଓ ମୋବାଇଲ୍ ଫୋନ୍ ଝାମ୍ପି ନେଉଥିଲେ। ଲୁଟ୍ ମାଲ୍ ଦଳର ମୁଖ୍ୟ ଆଶିଷ ମୀନାଙ୍କ ପାଖରେ ଦାଖଲ କରାଯାଉଥିଲା ଓ ସେ ଏ ସବୁ ବିକ୍ରୟ କରି ଅର୍ଥ ରୋଜଗାର କରୁଥିଲେ।
ଡିସିପିଙ୍କ କହିବା ଅନୁସାରେ, ମୀନା ଓରଫ ଆଶିଷ ସଓ୍ଵାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗପୁର ସହରରେ ଥିଲାବେଳେ ଦଳର ସଦସ୍ୟମାନଙ୍କ ସମ୍ପର୍କରେ ଆସିଥିଲା। ସେମାନେ ଅଶିକ୍ଷିତ ଏବଂ ବେକାର। ଅପରାଧ କରିବା ପାଇଁ ଆଶିଷ ସେମାନଙ୍କୁ ମାସିକ ଦରମା ଦେଇଥିଲା। ଅପରାଧିକ କାର୍ଯ୍ୟ ଜାରି ରଖିବା ନିମନ୍ତେ ସେମାନଙ୍କୁ ଜୟପୁରସ୍ଥିତ ଏକ ଘରକୁ ସ୍ତାନାନ୍ତର କରାଯାଇଥିଲା।
ଜୁଲାଇ ମାସରେ ଦଳର ସଦସ୍ୟମାନେ ଚୟନ କରାଯାଇଥିବା କଥା ସେମାନେ ମାନିବା ସହ ଅନ୍ୟୂନ ୩୬ଟି ଅପରାଧ କରିଥିବା କଥା କହିଛନ୍ତି।
ଚିହ୍ନା ପଡ଼ିଥିବା ଅପରାଧୀମାନେ ହେଲେ କରାଉଲି ଜିଲ୍ଲାର ୨୦ ବର୍ଷିୟ ନନ୍ଦରାମ ମୀନା, ୨୨ ବର୍ଷିୟ ଲଖନ୍ ମୀନା, ୧୯ ବର୍ଷିୟ ଇନ୍ଦରାଜ୍ ବୈର୍ଓ୍ଵା, ୨୩ ବର୍ଷିୟ ସଲ୍ମନ୍ ଖାଁ ଓ ୨୪ ବର୍ଷିୟ ଖଲିଲ୍ ଏବଂ ସଓ୍ଵାଇ ମାଧୋପୁର ଜିଲ୍ଲାର ୨୦ ବର୍ଷିୟ କପିଳ ମୀନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/gang-jaipur.jpg)