ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି କହି କରିଥିଲେ ବିବାହ, ମିଛ ଧରା ପଡ଼ିବା ପରେ ଏଭଳି ନିଷ୍ପତ୍ତି ନେଲା ସ୍ତ୍ରୀ

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଜଣେ ଯୁବକ ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି ପରିଚୟ ଦେଇ ମହିଳାଙ୍କୁ ବିବାହ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ବିବାହ ପରେ ସ୍ୱାମୀ ଇସ୍ରୋର ବୈଜ୍ଞାନିକ ନୁହନ୍ତି ବୋଲି ଜାଣି ପୀଡ଼ିତା ନ୍ୟାୟ ପାଇଁ ଏବେ ପୁଲିସରେ ଅଭିଯୋଗ କରିଛନ୍ତି ।

ऐसे पकड़ा गया झूठ
oneindia.com

ସୂଚନା ମୁତାବକ, ବିବାହ ପୂର୍ବରୁ ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି ପରିଚୟ ଦେଇ ମହିଳାଙ୍କୁ ଫସାଇଥିଲେ ଯୁବକ । ବୈଜ୍ଞାନିକ ବୋଲି ଭାବି ପୀଡ଼ିତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇଥିବା ବେଳେ ଖୁବ୍‌ ଧୁମ୍‌ଧାମ୍‌ରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ସ୍ୱାମୀର କାମ ଉପରେ ସନ୍ଦେହ କରି ପୀଡ଼ିତା ତାଙ୍କୁ ପ୍ରଶ୍ନ କରିବାରୁ ମୁଁ ମହାକାଶ ଯାତ୍ରୀର ଟ୍ରେନିଙ୍ଗ୍‌ ପାଇଁ ଆମେରିକା ଯିବି, ଯାହା ପାଇଁ କିଛି ଦିନ ଛୁଟିରେ ରହିଛି ବୋଲି କହିଥିଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀର ଏଭଳି କଥାକୁ ବିଶ୍ୱାସ ନ କରି ଯାଞ୍ଚ ଆରମ୍ଭ କରିଥିଲେ ପୀଡ଼ିତା । ଯାହା ପରେ ତାଙ୍କ ସ୍ୱାମୀ ଇସ୍ରୋରେ କୌଣସି ବୈଜ୍ଞାନିକ ନୁହାନ୍ତି ବୋଲି ଜାଣି ପୀଡ଼ିତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏବେ ସେ ନିଜ ସହ ହୋଇଥିବା ଅପରାଧର ଅଭିଯୋଗ ପୁଲିସରେ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର