ରାସ୍ତା ମଝିରେ ପୁଲିସକର୍ମୀ ସମେତ ୨୨ ଜଣଙ୍କୁ ପିଟିଲେ ମାନସିକ ରୋଗୀ, ୪୦ ମିନିଟ ବାଧାପ୍ରାପ୍ତ ହେଲା ଟ୍ରାଫିକ ବ୍ୟବସ୍ଥା

କୋଲକାତା: ପଶ୍ଚିମବଙ୍ଗର ହ୍ଵାଓ୍ଵଡାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମାନସିକ ରୋଗୀ ରାସବରି ନିକଟସ୍ଥ ଜିଟି ରୋଡ୍‌ରେ ୨୨ ଜଣ ଲୋକଙ୍କୁ ଅକାରଣରେ ପିଟିବା ପରେ ସଂପୃକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଏହି ବ୍ୟକ୍ତି ଜଣକ ପିଟିଥିବା ଲୋକମାନଙ୍କ ମଧ୍ୟରେ ୬ ଜଣ ପୁଲିସ କର୍ମଚାରୀ ଥିବା ମଧ୍ୟ ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ ରଚିଥିବା ଏପରି କାଣ୍ଡ ପାଇଁ ଦୀର୍ଘ ୪୦ ମିନିଟ୍‌ ଧରି ଟ୍ରାଫିକ୍‌ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା।

ତେବେ ଏହି ବ୍ୟକ୍ତି ଜଣକ ବିହାରର ସମସ୍ତିପୁରର ବୋଲି ଅନୁମାନ କରାଯାଉଛି। ଏହି ମାନସିକ ରୋଗୀ ଜଣକ ୨୨ ଜଣକୁ ପିଟିବା ସହ ରାସ୍ତାରେ ଯାଉଥିବା ଆଉ କିଛି ଯାତ୍ରୀଙ୍କ ଉପରକୁ ଟେକା ପଥର ଫୋପାଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି।

ଜୁଲାଇ ୨୭ ତାରିଖ ଅପରାହ୍ନରେ ଅର୍ଧନଗ୍ନ ଏହି ବ୍ୟକ୍ତି ଜଣକ ଅଚାନକ ଭାବେ ଏପରି କାଣ୍ଡ କରିବା ଆରମ୍ଭ କରି ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ବେଶି ହିଂସାତ୍ମକ ହୋଇ ଉଠିଥିଲେ ବୋଲି ଖବର ରହିଛି।

ସମ୍ବନ୍ଧିତ ଖବର