ନୂଆଦିଲ୍ଲୀ: ନୋଏଡ଼ା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କର ଗାନ୍ଧୀ ଜୟନ୍ତୀ ଉପରେ ଏକ ମେସେଜ୍‌ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ପୋଷ୍ଟ୍‍ ହେବା ପରେ ହିଂସା ସୃଷ୍ଟି କରିଛି। ଅକ୍ଟୋବର ୨ ତାରିଖରେ ଏହି ଭାରତୀୟ ଛାତ୍ର ଜଣକ ହ୍ଵାଟ୍‌ସଆପ୍‌ରେ ଏକ ଗାନ୍ଧିବାଦୀ ମେସେଜ୍‌ ପୋଷ୍ଟ୍‍ କରିଥିଲେ। ସେହି ଗ୍ରୁପ୍‌ରେ ଭାରତ ସମେତ ଆଫ୍‌ଗାନିସ୍ଥାନର ଛାତ୍ର ମଧ୍ୟ ରହିଥିଲେ। ଛାତ୍ର ଜଣକ ପୋଷ୍ଟ୍‍ କରିଥିବା ମେସେଜ୍‌ଟି ଆଫଗାନିସ୍ତାନର ଛାତ୍ରମାନଙ୍କର ଭାବପ୍ରବଣତାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଛି। ଭାରତୀୟ ଛାତ୍ର ଜଣକ ପୋଷ୍ଟ୍‍ କରିଥିବା ମେସେଜ୍‌ରେ ସେପରି କୌଣସି ଅଶ୍ଳୀଳତା କିମ୍ବା ହିଂସାତ୍ମକ ଭାବ ନଥିଲେ ବି ତାହା ଆଫଗାନିସ୍ତାନର ଛାତ୍ରମାନଙ୍କ ଭାବପ୍ରବଣତାକୁ ପ୍ରଭାବିତ କରିଥିବା ନେଇ ବିବାଦ ଉପୁଜିଛି।

Advertisment

ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ଉପୁଜିଥିବା ଏହି କଳି କେବଳ ହ୍ଵାଟ୍‌ସଆପ୍‌ରେ ସରିନଥିଲା। ଗ୍ରୁପ୍‌ରେ ମେସେଜ୍‌ ପୋଷ୍ଟ୍‍ କରିଥିବା ଛାତ୍ର ଜଣକୁ ଆଫଗାନିସ୍ତାନର ଛାତ୍ରମାନେ ମିଶି କରି ବହେ ବାଡ଼ାଇଥିବା ଜାଣିବାକୁ ମିଳିଛି। ଏପରିକି ସେମାନେ ମାରୁଥିବା ସମୟର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ବେଶ୍‌ ଚର୍ଚ୍ଚା ପାଲଟିଛି।

କେବଳ ଆଫଗାନିସ୍ତାନର ପିଲାମାନେ ନୁହଁନ୍ତି ବରଂ ଭାରତୀୟ ଛାତ୍ର ବି ମିଳିତ ଭାବେ ସେମାନଙ୍କୁ ମାରଧର କରିଥିବା ଜାଣିବାକୁ ମିଳିିଛି। ଯାହାବି ହେଉ, ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉଚିତ ସମୟରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା।

ଏପରି ଭାବେ ଗଣ୍ଡଗୋଳ ଉପୁଜିବା ହେତୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱିବଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ବିଶ୍ୱବିଦ୍ୟାଳୟର ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ପାୟଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।