ତ୍ରିକୋଣୀୟ ସମଲିଙ୍ଗୀ ପ୍ରେମ କାହାଣୀର ଭୟଙ୍କର ରୂପ! ପୁରୁଷସାଥୀଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହ ଦେଖି ହତ୍ୟା କାଣ୍ଡ ରଚିଲେ ଇଞ୍ଜିନିୟର୍‌

ମୁମ୍ବାଇ: ତ୍ରିକୋଣୀୟ ପ୍ରେମ କାହାଣୀ ଆପଣ ଅନେକ ଦେଖିଥିବେ। ମାତ୍ର ସମଲିଙ୍ଗୀ ତ୍ରିକୋଣୀୟ ପ୍ରେମ କାହାଣୀ କେବେ ଦେଖିଛନ୍ତି? ତାହା ପୁଣି କେଉଁ ଯାହିତାହି ପ୍ରେମ ସଂପର୍କ ନୁହେଁ, ଯାହା ନେଇପାରେ କାହାରି ଜୀବନ! ଏପରି ଏକ ପ୍ରେମ କାହାଣୀର ପୁରୁଷ ଚରିତ୍ରମାନେ ହେଉଛନ୍ତି ଧବଲ ଉନାଦକତ, ପାର୍ଥ ରାବଲ ଏବଂ ମହମ୍ମଦ ଅସିଫ୍‌। ଏମାନେ ପରସ୍ପରଙ୍କୁ ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌ରୁ ମିଳିଥିଲେ। ତା’ପରେ ଏହି ତିନିହେଁଙ୍କ ଭିତରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ସୃଷ୍ଟି ହୋଇଥିଲା। ତେବେ, ଏହି ପ୍ରେମ କାହାଣୀ ଯେଉଁଭଳି ଭାବେ ହତ୍ୟାର ରୂପ ନେଇଛି ତାହା ଅତ୍ୟନ୍ତ ହୃଦୟ ବିଦାରକ।

ବାନ୍ଦ୍ରା ପୁଲିସ୍‌ ଦେଇଥିବା ରିପୋର୍ଟ ମୁତାବକ ରବିବାର ପୂର୍ବାହ୍ନ ୧୧.୩୦ ସମୟରେ ହିଲ୍‌ ରୋଡ୍‌ଠାରେ ଥିବା ଅସିଫ୍‌ଙ୍କ ଘରକୁ ଧବଲ ଆସିଥିଲେ। ସେଠାରେ ଆସି ଦେଖିବାକୁ ପାଇଲେ ଯେ ଅସିଫ୍‌ଙ୍କ ସହ ପୂର୍ବରୁ ପାର୍ଥ ଥିଲେ। ସେ ଦୁହିଁଙ୍କୁ ଏକା ସହ ଦେଖି ଧବଲ ନିଜ ଉପରୁ ଆୟତ୍ତ ହରାଇ ବସିଲେ। ଅସିଫ୍‌ଙ୍କ ଘରେ ଥିବା ଏକ ଲୁହା ମହମବତୀ ଷ୍ଟାଣ୍ଡ୍‌ରେ ପାର୍ଥଙ୍କୁ ଆକ୍ରମଣ କରିଥିଲେ।

ପାର୍ଥ ଗୁରୁତର ହୋଇପଡ଼ିବାରୁ ଅସିଫ୍‌ ତାଙ୍କୁ ପ୍ରଥମେ ବାନ୍ଦ୍ରାର ହୋଲି ଫ୍ୟାମିଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ମାତ୍ର ଉକ୍ତ ହସ୍ପିଟାଲ୍‌ରେ ଉପଯୁକ୍ତ ଉପକରଣ ନଥିବାରୁ ଠିକ୍‌ ଭାବେ କ୍ଷତ ସ୍ଥାନ ସିଲେଇ ହୋଇପାରିବ ନାହିଁ ବୋଲି କହି ଡାକ୍ତରମାନେ ତାଙ୍କୁ ତୁରନ୍ତ ମୁମ୍ବାଇର ବଡ଼ ହସ୍ପିଟାଲ୍‌ ଲୀଲାବତୀକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ସେମାନେ ଖାମଖିଆଲି କରି ନ ନେବାରୁ ସଂଧ୍ୟାରେ ପାର୍ଥଙ୍କର ମୃତ୍ୟୁ ଘଟିଛି।

ଅସିଫ୍‌ ପୁଲିସ୍‌ରେ ଧବଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଧବଲ ପାର୍ଥଙ୍କୁ ପ୍ରଥମରୁ ହିଁ ହତ୍ୟା ଉଦ୍ୟମ କରିଥିଲେ। ଏପରିକି ଲଢ଼େଇ ଚାଲିଥିବା ସମୟରେ ଧବଲ ପାର୍ଥଙ୍କ ବେକ ଚିପିବା ସହ ଦଉଡ଼ାରେ ତାଙ୍କ ବେକକୁ ଗୁଡ଼ାଇ ମାରି ଦେବା ଉଦ୍ୟମ କରିଥିଲେ। ତଦନ୍ତ କରିବା ପରେ ଜାଣିବାକୁ ମିଳିଛି ଯେ କାନ୍ଦିଭଲିର ଧବଲ ଉନାଦକତ ବୃତ୍ତିରେ ଜଣେ କମ୍ପ୍ୟୁଟର୍‌ ଇଞ୍ଜିନୟର୍‌।

ସମ୍ବନ୍ଧିତ ଖବର