ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ଆମିନ ପୁନାୱାଲା ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଫତାବଙ୍କୁ ପୁଲିସ୍ ଧରି ଜେରା କରିବା ବେଳେ ସେ କହିଛନ୍ତି ଯେ ସେମାନେ ପରସ୍ପରଙ୍କୁ ୨୦୧୯ ମସିହାରୁ ଏକ ଡେଟିଂ ଆପ୍ ଜରିଆରୁ ଜାଣିଥିଲେ। ସେ ସେବେଠାରୁ ହିଁ ପରସ୍ପରଙ୍କ ସହ ସାଥୀ ହୋଇ ରହୁଥିଲେ।
ପୁଲିସ୍ ଅଫତାବ ପୁନାୱାଲାଙ୍କୁ ଦିଲ୍ଳୀର ଛତରପୁରରେ ଥିବା ତାଙ୍କ ବାସଭବନରୁ ଧରିବା ପରେ ପଚରାଉଚରା ଆରମ୍ଭ କରିଛି। ପୁଲିସ୍ ଆଗରେ ନିଜ ପ୍ରେମିକାଙ୍କୁ ହତ୍ୟା କରିବା କଥା ସେ ସ୍ବୀକାର କରିବା ସହ ତାଙ୍କ ମଧ୍ୟରେ ଝଗଡ଼ାର କାରଣ ବି ସେ ପୁଲିସ୍କୁ କହିଛନ୍ତି। ଅଫତାବଙ୍କ କହିବାନୁଯାୟୀ ସଂପର୍କରେ ଆସିବା ଦିନଠାରୁ ହିଁ ଶ୍ରଦ୍ଧା ତାଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିଲେ। ସେହି କାରଣରୁ ସେ ଦୁହିଁଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା।
ଶ୍ରଦ୍ଧା ୱାକର, ଆଜି ଏହି ନାଁକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରେମ କରିଥିବା ମଣିଷ ପାଇଁ ବାପା-ମା’ଙ୍କୁ ବି ପର କରିଦେଇଥିଲେ ଶ୍ରଦ୍ଧା।ହେଲେ ତାଙ୍କୁ ଜଣାନଥିଲା ତାଙ୍କ ମନର ମଣିଷ ହିଁ ତାଙ୍କୁ ଆରପାରିକୁ ପଠାଇବ। ଦିଲ୍ଲୀରେ ମେ’ ମାସରେ ହୋଇଥିବା ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାଶ ହୋଇଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫ୍ତାବ ଅମୀନ୍ ପୁନାୱାଲ୍ଲା ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୩୫ଖଣ୍ଡ କରି ଫିଙ୍ଗିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/e39b8400-008e-4684-b1f9-53470a5a34df.jpg)