ପର୍ଣ୍ଣ ସାଇଟ୍‌ରେ ଭାବି ପତ୍ନୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କଲେ ସେନା ଇଞ୍ଜିନିୟର

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ସେନାର ଇଞ୍ଜିନିୟରିଂ ସର୍ଭିସେଜରେ କାମ କରୁଥିବା ଜଣେ ୨୯ବର୍ଷୀୟ କନିଷ୍ଠ ଇଞ୍ଜିନିୟରଙ୍କୁ ପର୍ଣ୍ଣ ସାଇଟ୍‌ରେ  ଜ ଣେ ମହିଳାଙ୍କ ଫଟୋ ଅପଲୋଡ୍ କରିବା ଅପରାଧରେ ଗିରଫ କରିଛି।

ଦିଲ୍ଲୀର  ଭେଲକମ୍‌ ଥାନା ଅଞ୍ଚଳରେ ସେନାରେ ଇଞ୍ଜିନିୟର ଭାବେ କାମ କରୁଥିବା ରାଜେଶ କୁମାର ଜଣେ ଏୟାର ହଷ୍ଟେସ୍‌ଙ୍କ ଫଟୋ ପର୍ଣ୍ଣ ସାଇଟ୍‌ରେ ଅପଲୋଡ କରି ଦେଇଥିବା ଅଭିଯୋଗ ହୋଇଛି। ମାଟ୍ରିମୋନିଆଲ ସାଇଟ ଜରିଆରେ ଏୟାର ହଷ୍ଟେସ୍‌ଙ୍କ ସମ୍ପର୍କ ଉକ୍ତ ଇଞ୍ଜିନିୟରଙ୍କ ସହିତ ହୋଇଥିଲା ବୋଲି ଜଣାପଡ଼ିଛି। ପୁଲିସ ଗତ ବୁଧବାର ଅଭିଯୁକ୍ତ ଇଞ୍ଜିନିୟ ରାଜେଶ କୁମାର(୨୯)କୁ ଗିରଫ କରି ନେଇଛି। ରାଜେଶ ମସୁଦପୁର, ବସନ୍ତ କୁଞ୍ଜରେ ବସବାସ କରୁଥିବା ଜଣାପଡ଼ିଛି।

ପୁଲିସ ଜେରା ପରେ ଅଭିଯୁକ୍ତ ରାଜେଶଙ୍କ କହିବାନୁସାରେ, ଏୟାର ହଷ୍ଟେସ୍‌ଙ୍କ ସମ୍ପର୍କରେ ମେଟ୍ରୋମୋନିଆଲ ସାଇଟ ଜରିଆରେ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇ କଥାବାର୍ତ୍ତା ହେଇଥିଲେ। ଦୁହିଁଙ୍କ ପରିବାର ମଧ୍ୟ ପରସ୍ପର ପରସ୍ପରଙ୍କୁ ଭେଟିଥିଲେ। ଏହାପରେ ଦୁହିଁଙ୍କ ଜୁନ୍‌ରେ ନିର୍ବନ୍ଧ ସ୍ଥିର ହୋଇଥିଲା।

ମହିଳାଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତ ତାଙ୍କ ଅଜଣାତରେ ଆପତ୍ତିଜନକ ଫଟୋ ଉଠାଇ ନେଇଥିଲା। ନିର୍ବନ୍ଧକୁ ଆଉ ଚାରିଦିନ ବାକି ଥିବା ବେଳେ ରାଜେଶ ବିବାହ କରିବ ନାହିଁ ବୋଲି ମନା କରି ଦେବା ସହିତ ଫୋନ୍‌ ବି ସୁଇଚ୍ ଅଫ କରି ଦେଇଥିଲା। ଅଭିଯୁକ୍ତ ପରିବାର ବି ମହିଳାଙ୍କ କୌଣସି କଥା ଶୁଣି ନ ଥିଲେ। ଏହାପରେ ମହିଳାଙ୍କୁ ଅଜଣା ନମ୍ବରରୁ ଅନେକ କଲ୍‌ ଆସିବାରେ ଲାଗିଥିଲା। କଲ କରି ଲୋକମାନେ ମହିଳାଙ୍କୁ ଡେଟିଂର ଅଫର ଦେଉଥିଲେ। ତେବେ ଏହି ଘଟଣା ସମ୍ପର୍କରେ ମହିଳା ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ନମ୍ବର ଓ ଫଟୋ ପର୍ଣ୍ଣ ସାଇଟ୍‌ରେ ନକଲି ପ୍ରୋଫାଇଲ ବନାଇ ଦିଆଯାଇଥିବା ସେ ଜାଣିବାକୁ ପାଇଲେ। ଏହାପରେ ସେ ଏହି ଘଟଣା ନେଇ ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର