କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର ଦିଲ୍ଲୀ ଫେରିଲେ; ଯୌନ ଶୋଷଣ ଉପରେ ପରେ ରଖିବେ ବୟାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର ଆଜି ବିଦେଶ ଗସ୍ତ ସମାପ୍ତ କରି ନୂଆଦିଲ୍ଲୀ ଫେରିଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆସିଛି। ତେବେ କିଛି ଦିନ ତଳେ ଜଣେ ଗଣମାଧ୍ୟମର କାର୍ଯ୍ୟରତ ମହିଳାଙ୍କ ସହ ଅନ୍ୟ ୧୦ ଜଣ ମହିଳା ତାଙ୍କ ବିରୋଧରେ ଏପରି ଅଭିିଯୋଗ କରିଛନ୍ତି। ତେବେ ତାଙ୍କ ବିରୋଧରେ ଆସିଥିବା ଏପରି ଅଭିଯୋଗରେ କୌଣସି ପ୍ରତିକ୍ରିୟା ଦେଇନଥିବା ସହ ପରେ କହିବି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆକବର। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ମୋଦି ସରକାରଙ୍କୁ ବିରୋଧୀ ଦଳମାନେ ଟାର୍ଗେଟ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ‘ମି ଠୁ’ କ୍ୟାମ୍ପେନ ପରେ ଆକ୍ସନରେ ଆସିଛନ୍ତି ମୋଦି ସରକାର।  ‘ମି ଠୁ’ ଅଭିଯାନ ଜରିଆରେ ମହିଳା ଆଣୁଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ୟାନେଲ୍‌ ଗଠନ କରାଯିବ। ଏହି ପାନେଲ୍‌ ଜନଶୁଣାଣି କରି ମି ଠୁ ଅଭିଯାନ ଜରିଆରେ ଆସୁଥିବା ଅଭିଯୋଗର ବିଚାର କରିବେ। ଚାରି ଜଣ ଅବସରପ୍ରାସ୍ତ ବିଚାରପତିଙ୍କୁ ନେଇ ଗଠନ ହେବ ପାନେଲ୍‌। ଏହି ପ୍ୟାନେଲ ଜନଶୁଣାଣିରେ ସାଧାରଣ ଲୋକ ବି ନିଜ ମତ ରଖିପାରିବେ।

ଏପରି ମାଲାର ଯାଂଚ ପାଇଁ କମିଟି ଗଠନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଏପରି ଅଭିଯୋଗରେ ଖୋଦ ବିଜେପିର ସଭାପତି ଅମିତ ଶାହା ନିଜର ମନ୍ତବ୍ୟ ଦେଇଛନ୍ତି। ଏକି ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଏମଜେ ଆକବରଙ୍କ ନାଁରେ ଆସିଥିବା ଅଭିଯୋଗର ସେ ଜବାବ ରଖିଛନ୍ତି। ଅମିତ ଶାହ କହିଥିଲେ ଆକବରଙ୍କୁ ନେଇ ଆସିଥିବା ଯୌନ ଶୋଷଣ ଅଭିଯୋଗର ଯାଂଚ ହେବ। ମାମଲା ସତ ନାଁ ମିଛି ଜାଣିବା ପାଇଁ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟ ଓ ପୋଷ୍ଟ କରିଥିବା ବ୍ୟକ୍ତିର ଯାଂଚ ହେବ। କାରଣ ଅନ୍ୟର ନାମ ବ୍ୟବହାର କରି ଅନ୍ୟ କେହି ମଧ୍ୟ ପୋଷ୍ଟ କରିଥିବା ଅସମ୍ଭବ ନୁହେଁ। ସୋସିଆଲ ମିଡିଆରେ ଯେକୌଣସି ଲୋକ ନାମରେ ଅଭିଯୋଗ କରିବା ସହଜ। ତେଣୁ ଦଳ ଏ ଉପରେ ବିଚାର କରିବ ବୋଲି କହିଛନ୍ତି ଅମିତ ଶାହା।

ସମ୍ବନ୍ଧିତ ଖବର