କୁରୁକ୍ଷେତ୍ର: ହରିଆଣାର କୁରୁକ୍ଷେତ୍ର ଅଞ୍ଚଳରେ ଏକ ଦଂପତ୍ତି ମୋହନ ଲାଲ ଏବଂ ସୀମା ସେମାନଙ୍କର ୧୬ ବର୍ଷୀୟା ନାବାଳିକା ଝିଅକୁ ଜବରଦସ୍ତ ମଦ ପିଆଇ ଅନୈତିକ କାମରେ ଲିପ୍ତ କରାଉଥିବା ଅଭିଯୋଗ ଆସିଥିଲା ଗତ ବର୍ଷ ମାର୍ଚ୍ଚରେ। ଖାଲି ସେତିକି ନୁହେଁ,ଏଥିରେ ଆପତ୍ତି କରିଲେ ଝିଅକୁ ଉଭୟେ ମାରପିଟ କରଉଥିଲେ ବୋଲି ଝିଅ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ତେବେ ପୁଲିସ୍ ଆଇପିସି ଧାରା ୩୨୮ ଏବଂ ୩୪ ଅନୁଯାୟୀ ମାମଲା ରୁଜ୍ଜୁ କରିବା ସହ ଦଂପତ୍ତି ମୋହନ ଲାଲ ଏବଂ ସୀମାଙ୍କୁ ଗିରଫ କରିଥିଲେ।
ତାପରେ ନ୍ୟାୟାଳୟରେ ମାମଲାର ବିଚାର ଚାଲିଥିଲା। ଗତକାଲି ନ୍ୟାୟାଳୟ ପକ୍ଷରୁ ମକଦ୍ଦମାର ଶୁଣାଣି କରାଯାଇ ଏଭଳି କୁକର୍ମ ଭିଆଉଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯିବା ସଙ୍ଗେ ସଙ୍ଗେ ଉଭୟଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ନିଜ ବାପା ମାଆ ତାକୁ ଜବରଦସ୍ତ ମଦ ପିଆଇ ଅନୈତିକ କାମରେ ଲିପ୍ତ କରାଉଥିବା କଥା ଦିନେ ନାବାଳିକା ତା’ର ଆଣ୍ଟି ଅଂଜୁଙ୍କୁ କହିଥିଲା। ଏହାପରେ ଅଂଜୁ ଏବଂ ପୀଡ଼ିତା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।