ଏବେ ଆଉ ଆପଣଙ୍କୁ ସ୍କୁଲ ଯିବା ପାଇଁ ବିଳମ୍ବ ହେବନି, ଜନ୍ମଦିନର ଶୁଭେଚ୍ଛା ମମିଜୀ; ଏଭଳି ଲେଖି ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଲୀ: ଏବେ ଆଉ ସ୍କୁଲ ଯିବାକୁ ବିଳମ୍ବ ହେବନି। ରାଜସ୍ଥାନର ଅଲୱର ଜିଲ୍ଲାରେ ରହୁଥିବା ଜଣେ ୧୫ବର୍ଷର ନାବାଳକ ସ୍କୁଲ ୟୁନିଫର୍ମ ନମିଳିବାରୁ ଏଭଳି ଲେଖି ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତଦେହ ନିକଟରେ ଏକ ସୁଇସାଇଡ ନୋଟ ମିଳିଛି ଯେଉଁଥିରେ ନାବାଳକ ନିଜ ଆତ୍ମହତ୍ୟା ପଛର କାରଣ ଲେଖିଥିବା ଜଣାପଡ଼ିଛି। ଏହି ଖବର ପାଇବା ମାତ୍ରେ ବହରୋଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ଫ୍ୟାନରୁ କାଢ଼ିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ନାବାଳକଜଣକ ସୁଇସାଇଡ ନୋଟରେ ଲେଖିଛନ୍ତି, “ଏବେ ଆପଣଙ୍କର କେବେ ସ୍କୁଲ ଯିବାକୁ ବିଳମ୍ବ ହେବ ନାହିଁ। ଦୁନିଆର ସବୁଠାରୁ ଭଲ ଜନ୍ମଦିନ ଉପହାର। ଜନ୍ମଦିନର ଶୁଭେଚ୍ଛା ମମିଜୀ। ପୁଲିସ ଏବେ ସୁଇସାଇଡ ନୋଟ ଜବତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି।

मृतक के पास पड़ा मिला सुसाइड नोट.
aajtak

ପୁଲିସ ଦେଇଥିବା ସୂଚନା ମୁତାବକ, ମୃତକଙ୍କ ମା’ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଥିଲେ। କିଛି ବର୍ଷ ପୂର୍ବେ ମୃତକଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଏହା ପ‌ରେ ଉଭୟ ମା’ ଏବଂ ପୁଅ ଏକ ଭଡା ଘରେ ରହୁଥିଲେ। ତେବେ ପୁଅ ଦୁଇ ଦିନ ଧରି ତାଙ୍କ ମା’ଙ୍କୁ ସ୍କୁଲ ୟୁନିଫର୍ମ କିଣିବାକୁ କହି ଆସୁଥିଲା। ଶୁକ୍ରବାର ଦିନ ମା’ଙ୍କ ଜନ୍ମଦିନ ଥିବା ଜାଣି ପୁଅ ମା’ଙ୍କୁ ସ୍କୁଲ ୟୁନିଫର୍ମ କିଣିଦେବା ପାଇଁ ଜିଦ୍ କରିଥିଲେ। ବାରମ୍ବାର ଜିଦ କରିବାରୁ ରାଗରେ ମୃତକଙ୍କ ମା’ ତାଙ୍କୁ ଗାଳି ଦେଇ କହିଥିଲେ ଯେ, ତାଙ୍କୁ ସ୍କୁଲ ଯିବା ପାଇଁ ବିଳମ୍ବ ହେଉଛି। ସନ୍ଧ୍ୟାରେ ଫେରିଲେ ଆମେ ସ୍କୁଲ ୟୁନିଫର୍ମ କିଣିବାକୁ ଯିବା। କିନ୍ତୁ ସବୁକଥା ଭୁଲି ମା’ ଦେଇଥିବା ଗାଳି ପିଲାଟିକୁ ବାଧିବା ସହ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର