୫ ବର୍ଷୀୟା ନାବାଳିକା ସହିତ ୧୧ ବର୍ଷର ନାବାଳକର ଦୁଷ୍କର୍ମ

ମୁରାଦନଗର: ଉତ୍ତର ପ୍ରଦେଶରେ ଜଣେ ନାବାଳିକା ସହିତ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୁରାଦନଗର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୫ ବର୍ଷୀୟା ନାବାଳିକା ସହିତ ୧୧ ବର୍ଷର ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନାବାଳକ ପାଞ୍ଚ ବର୍ଷର ଝିଅକୁ ଘର ପାଖରେ ଥିବା ଏକ ଖାଲି ପ୍ଲଟ୍‌ରେ ଖେଳିବା ଲାଗି ଦେଇଥିଲା। ସେଠାରେ ନାବାଳିକା ସହିତ ଦୁଷ୍କର୍ମ କରିଥିଲା।
ନାବାଳିକା ଜଣକ ରକ୍ତରେ ଜୁଡୁବୁଡୁ ହୋଇ ଯନ୍ତ୍ରଣା ଅନୁଭବ କରିବାପରେ ଚିତ୍କାର କରିଥିଲା। ଝିଅର ଚିତ୍କାର ଶୁଣି ବାପା ମା’ ଓ ପଡୋଶୀମାନେ ସେଠାରେ ଆସି ପହଞ୍ଚିଥିଲେ ଓ ତାକୁ ଉଦ୍ଧାର କରି ତତ୍‌କ୍ଷଣାତ୍‌ ନିକଟସ୍ଥ ହସ୍ପିଟାଲକୁ ଦେଇଥିଲେ। ତାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ମୁରାଦନଗର ଥାନାରେ ଅଭିଯୋଗ କରାଯାଇଥିଲା।

ତା’ପରେ ପୁଲିସ ଅଭିଯୁକ୍ତ ତୃତୀୟ ଶ୍ରେଣୀର ଛାତ୍ରକୁ ଥାନାକୁ ଡକାଇ ପଚରଉଚୁରା କରିବା ପରେ ଗିରଫ କରିଛି। ଏସ୍‌ ଓ ଲକ୍ଷେନ୍ଦ୍ର କୁମାରଙ୍କ ଅନୁଯାୟୀ ଘଟଣାରେ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର