ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳିଦେଲେ

ଗୌହାଟି : ଆସାମ୍‌ର ନାଗାଓଁରେ ଶୁକ୍ରବାର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଅତିି ନିର୍ମମ ଭାବେ ଜିଅନ୍ତା ଜାଳିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ୧୨ ବର୍ଷୀୟା ପୀଡ଼ିତାକୁ ଗୁରୁତର ଅବସ୍ଥାରେ ଗୌହାଟି ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତା’ର ମୃତ୍ୟୁ ହୋଇଯାଇଛି।

ସୂଚନାନୁଯାୟୀ, ନାଗାଓଁ ଜିଲ୍ଲା ଅଧୀନ ଲାଲୁଗାଓଁ ଗ୍ରାମରେ ଗତକାଲି ପୀଡ଼ିତା ଜଣକ ଘରେ ଏକୁଟିଆ ଥିଲା। ଏହି ସୁଯୋଗରେ ୩ ଅଭିଯୁକ୍ତ ଘର ଭିତରେ ପଶି ଗଣଦୁଷ୍କର୍ମ କରିଥିଲେ। ତେବେ କଥା ପ୍ରଘଟ ହୋଇଯିବା ଭୟରେ ଦୁର୍ବୃତ୍ତମାନେ ନାବାଳିକା ଦେହରେ କିରାସିନି ଢାଳି ଜାଳି ଦେଇଥିଲେ। ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୨ ଜଣ ନାବାଳକଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଜାକିର ହୁସେନ ଏଯାବତ୍‌ ଫେରାର ଅଛି। ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ପଚରାଉଚୁରା ସମୟରେ ସବୁ ସ୍ୱୀକାର କରିଛନ୍ତି। ପୀଡ଼ିତା ଜଣକ ସ୍କୁଲ୍‌ରୁ ଫେରି ଘରେ ଏକାକୀ ଥିବା ସମୟରେ ସେମାନେ ଦୁଷ୍କର୍ମ କରିଥିଲେ ବୋଲି ନାବାଳକ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର