ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ପୁଣି ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨ ଜଣ ନାବାଳକଙ୍କ ସମେତ ୩ ଜଣଙ୍କ ନାଁରେ ଟାଙ୍ଗରପାଲି ଥାନାରେ ଏତଲା ହୋଇଛି। ପୁଲିସ ଦୁଇ ଜଣ ନାବାଳକଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରିତାନସୁ ଫେରାର ଅଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।