ଅଶ୍ଳୀଳ ଫଟୋ ଆଧାରରେ ଗତ ୩ ବର୍ଷ ‌ହେଲା ନାବାଳିକାଙ୍କୁ ଦୁଷ୍କର୍ମ କରି ଆସୁଥିଲେ ୨ ଭାଇ

କୋହ୍ଲାପୁର: ମହାରାଷ୍ଟ୍ରର କୋହ୍ଲାପୁର‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଦୁଇ ଭାଇ ମିଶି ଦୀର୍ଘ ୩ ବର୍ଷ ଧରି ଦୁଷ୍କର୍ମ କରିବା ସହ ବ୍ଲାକ୍‌ମେଲ୍‌ କରି ଆସୁଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କର ୪ ବନ୍ଧୁ ମଧ୍ୟ ଏହି ମାମଲାରେ ସଂପୃକ୍ତ ଥିବା ଜାଣିବାକୁ ମିଳିଛି।

ଅଭିଯୁକ୍ତମାନେ ନାବାଳିକାଙ୍କର ଗୁଡ଼ାଏ ଅଶ୍ଳୀଳ ଫଟୋ ରଖି ତାଙ୍କୁ ଦୀର୍ଘ ଦିନ ହେବ ବ୍ଲାକ୍‌ମେଲ୍‌ କରି ଆସୁଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ଘଟଣାତ ତଦନ୍ତ କରି ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Times of India

ଅଭିଯୁକ୍ତମାନେ ୨୦୧୭ ମସିହାରୁ ନାବାଳିକାଙ୍କ ସହ ଦୁଷ୍କର୍ମ କରି ଆସୁଛନ୍ତି। ନାବାଳିକାଙ୍କର କିଛି ଅଶ୍ଳୀଳ ଫଟୋ ରଖି ସେମାନେ ବାରମ୍ବାର ତା’ର ଫାଇଦା ଉଠାଇ ଚାଲିଥିଲେ। ଫଳରେ ଦୀର୍ଘ ୩ ବର୍ଷ ହେବ ବାରମ୍ବାର ନାବାଳିକାଙ୍କୁ ଦୁଷ୍କର୍ମ କରି ଆସୁଥିଲେ ଅଭିଯୁକ୍ତମାନେ।

ଅଭିଯୁକ୍ତମାନେ ନାବାଳିକାଙ୍କ ଫଟୋ ରଖି ତାହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍ କରିଦେବାର ଧମକ ଦେଇ ଆସୁଥିଲେ। ଜୁଲାଇ ୩ ତାରିଖରେ ନାବାଳିକା ଜଣକ ସାହସ ବାନ୍ଧିଲେ ଓ ପୂରା କଥା ନିଜ ମାଆଙ୍କ ଆଗରେ କହିଲେ। ନାବାଳିକାଙ୍କର ମାଆ ଏକଥା ଜାଣିବା ପରେ ନିଜ ଝିଅକୁ ନେଇ ପୁଲିସ୍‌ ଷ୍ଟେସନ୍‌ ଗଲେ। ପୁଲିସ୍‌ ଏଫ୍‌ଆଇଆର୍‌ ଲେଖିବା ସହ ମାଆଝିଅଙ୍କ ସହ ଏ ବାବଦରେ ଆଲୋଚନା କରିଥିଲା। ପୁଲିସ୍‌ ଘଟଣାତ ତଦନ୍ତ କରି ୬ ଜଣଙ୍କୁ ଗିରଫ କରିଛି ଓ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର