ଭୋଜିରୁ ଅପମାନିତ ହୋଇ ଫେରିବା ପରେ ଶରୀରରେ ନିଆଁ ଲଗାଇ ଦେଲେ ନାବାଳିକା

ଶିବପୁରୀ: ମଧ୍ୟପ୍ରଦେଶର ଶିବପୁରୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ଭୋଜିରୁ ଅପମାନିତ ହୋଇ ‌ଫେରିବା ପରେ ଶରୀରରେ ନିଆଁ ଲଗାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଶିବପୁରୀର ମୁହାରିଖୁର୍ଦ ଗାଁରେ ଦୁର୍ଗା ପୂଜା ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜିକୁ ୧୭ବର୍ଷର ଚାନ୍ଦିନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ଚାନ୍ଦିନୀ ଭୋଜିକୁ ଯାଇଥିଲେ। କିନ୍ତୁ ପଣ୍ଡିତ ନାଥୁରାମ ଶାସ୍ତ୍ରୀ ତାଙ୍କୁ ଖାଇବାକୁ ଦେଇ ନ ଥିଲେ ଏବଂ ତାଙ୍କୁ ଖୁବ୍ ଅପମାନିତ କରିଥିଲେ। ଏହା ଦ୍ବାରା ଚାନ୍ଦିନୀଙ୍କୁ ବହୁତ ଖରାପ ଲାଗିଥିଲା। ସେ ସଙ୍ଗେସଙ୍ଗେ ଭୋଜିରୁ ଘରକୁ ଚାଲି ଆସି ଶରୀରରେ ନିଆଁ ଲଗାଇ ଦେଇଥିଲେ। ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ ହେଁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

कन्या भोज से भगाए जाने पर किया आत्मदाह.

ସୂଚନା ଅନୁଯାୟୀ, ମୃତ ଚାନ୍ଦିନୀଙ୍କ ଭାଇ ପାଖାପାଖି ୪ମାସ ତଳେ ନାଥୁରାମ ଶାସ୍ତ୍ରୀଙ୍କ ଗାଈକୁ ହତ୍ୟା କରିଥିଲେ। ଏହା ପରଠୁ ସେ ଚାନ୍ଦିନୀଙ୍କ ପରିବାରକୁ ଅପମାନିତ କରିବା‌ରେ ଲାଗିଥିଲେ। ତାଙ୍କୁ ଗାଁରୁ ବାସନ୍ଦ କରିବାକୁ ଚେଷ୍ଟା କରିଥି‌ଲେ।

ଚାନ୍ଦିନୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ଗାଈର ମୃତ୍ୟୁ ପରେ ପଞ୍ଚାୟତ ଡକାଯାଇଥିଲା ଯାହାର ନିଷ୍ପତ୍ତି ଅନୁସାରେ ସେ ପୂଜା-ପାଠ, ଭୋଜି ଏବଂ ଗଙ୍ଗା ସ୍ନାନ ମଧ୍ୟ କରିଥିଲେ। ଏହା ପରେ ମଧ୍ୟ ଚାନ୍ଦିନୀଙ୍କୁ ଭୋଜିରୁ ଅପମାନ ଦେଇ ବାହାର କରି ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଅମଙ୍ଗଳିଆ ଲୋକଙ୍କୁ ଏଠାକୁ କିଏ ଆସିବାକୁ ଦେଲା ?

ସମ୍ବନ୍ଧିତ ଖବର