ଦିଲ୍ଲୀ ପାର୍କରେ ନାବାଳିକାକୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ନିର୍ଭୟା ଘଟଣାର ଠିକ୍‌ ୫ ବର୍ଷର୍ ପରେ ଗତ ୧୬ ତାରିଖ ସନ୍ଧ୍ୟାରେ ଉତ୍ତରପଶ୍ଚିମ ଦିଲ୍ଲୀର ସାଲିମାର ବାଗ୍‌ ସ୍ଥିତ ଏକ ପାର୍କରେ ଜଣେ ନାବାଳିକାକୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗଣ ଦୁଷ୍କର୍ମର ଶିକାର ହୋଇଥିବା ସେହି ୧୬ ବର୍ଷୀୟା ପୀଡ଼ିତାଙ୍କ ଅଭିିଯୋଗ ଅନୁଯାୟୀ, ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସାଲିମାର ବାଗ୍‌ର ବେରିଓ୍ଵାଲା ପାର୍କ ଯାଇଥିଲେ। ସେଠାରେ ଅଭିଯୁକ୍ତ ଦୁଷ୍କର୍ମକାରୀମାନେ ସେମାନଙ୍କୁ ଧମକାଇଥିଲେ। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେ ଲହୁଲୁହାଣ ହୋଇ ଅଚେତ ପ୍ରାୟ ପଡ଼ିରହିଥିବା ବେଳେ ପୀଡ଼ିିତାଙ୍କ ସହ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର