ଭିଣୋଇଙ୍କ ବର୍ବର କାଣ୍ଡ : ଶାଳୀ ସହ ନିଜେ ଦୁଷ୍କର୍ମ କରିବା ସହ ୫ଜଣଙ୍କ ଦ୍ୱାରା କରାଇଲେ ଦୁଷ୍କର୍ମ

ଚଣ୍ଡିଗଡ : ଚଣ୍ଡିଗଡରେ ଜଣେ ୧୬ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି । ବୁଲାଇବା ବାହାନାରେ ଡ଼ାକି ନେଇ ଭିଣୋଇ ଯେଉଁ ବର୍ବର କାଣ୍ଡ କରିଛନ୍ତି, ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏ ଘଟଣାକୁ କେନ୍ଦ୍ର କରି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ୫ଜଣ ଫେରାର ଥିବା ଜଣାପଡ଼ିଛି ।

India Today

ସୂଚନା ମୁତାବକ, ମେ’ ୯ତାରିଖରେ ଅଭିଯୁକ୍ତ ଅମିତ ପୀଡ଼ିତାଙ୍କୁ ନେଇ ନିଜ ଭଉଣୀଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ଅମିତ ନିଜ ଭଉଣୀଙ୍କ ସହ ପୀଡ଼ିତାଙ୍କୁ ନେଇ ସେକ୍ଟର ୪୫ରେ ଥିବା ହୋଟେଲରେ ପହଞ୍ଚିଥିଲେ । ଅମିତ ଏବଂ ତାଙ୍କ ଭଉଣୀ ପୀଡ଼ିତାଙ୍କୁ ହୋଟେଲରେ ଛାଡ଼ି ଚାଲିଯିବା ପରେ ସେଠାରେ ଉପସ୍ଥିତ ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିିଥିଲେ । ରାତିରେ ଅମିତ ହୋଟେଲରେ ପହଞ୍ଚି ପୀଡ଼ିତାଙ୍କ ସହ ନିଜର ସଂପର୍କ ଭୁଲି ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ପର ଦିନ ଅମିତ ନିଜର ବନ୍ଧୁ ପରବିନ୍‌ଙ୍କ ପାଖରେ ପୀଡ଼ିତାଙ୍କୁ ଛାଡ଼ିଥିଲେ । ଯାହା ପରେ ପରବିନ୍‌ ମଧ୍ୟ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ପରବିନ ପୀଡ଼ିତାଙ୍କୁ ବାହାରେ ଛାଡ଼ି ଦେଇଥିଲେ ।

ପୀଡ଼ିତା ଘର ନ ପାଇ ବୁଲୁଥିବା ବେଳେ ତାଙ୍କ ପଡ଼ୋଶୀ ମେ’ ୨୮ରେ ଦେଖି ତାଙ୍କୁ ଘରେ ପହଞ୍ଚାଇଥିଲେ । ସୋମବାର ପୀଡ଼ିତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ଡ଼ାକ୍ତର ଦୁଷ୍କର୍ମ ହୋଇଥିବା ନେଇ ଜଣାଇବା ପରେ ପରିବାର ଲୋକେ ଏବେ ପୁଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ତୁରନ୍ତ ପରବୀନଙ୍କୁ ଗିରଫ କରିଥିବା ବେଳେ ଅମିତ ଏବଂ ତାଙ୍କର ୪ବନ୍ଧୁ ଏବେ ଫେରାର ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର