ନୂଆଦିଲ୍ଲୀ: ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ନିଶା ଏବେ ପିଲା ଠାରୁ ବୁଢ଼ା ସମସ୍ତଙ୍କୁ ଘାରିଛି । ରିଲ୍ସ କରିବା ପ‌ାଇଁ ଲୋକେ ବିଭିନ୍ନ ପ୍ରକ‌ାର ଉପାୟ ଆପଣାଉଛନ୍ତି। ରିଲ୍ସ କରିବା ସମୟରେ କିଛି ଲୋକ ସୀମା ଅତିକ୍ରମ କରିବା ସହିତ ବେଆଇନ ଭାବେ ଅସ୍ତ୍ରଶସ୍ତ୍ରର ବି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।‌ ତେବେ ଏଭଳି ରିଲ୍ସ କରିବା କିଛିଲୋକଙ୍କୁ ମହଙ୍ଗା ପଡ଼ି ଯାଉଛି। ନିକଟରେ ଏମିତି ଏକ ଘଟଣା ସାମ୍ନ‌ାକୁ ଆସିଛି।

Advertisment

ସୂଚନାଯୋଗ୍ୟ,ବିହାରର ମୁଜାଫରପୁରର କମ୍ପାନିବାଗସ୍ଥିତ ସିଟି ପାର୍କରେ ଜଣେ ନାବାଳିକା ହାତରେ ବନ୍ଧୁକ ଧରି ରିଲ୍ସ ଭିଡିଓ ତିଆରି କରିଥିଲେ। କେବଳ ସେତିକି ନୁହେଁ ସେ ବାଇକ୍‌ ଉପରେ ବସି ବିପଦପୂର୍ଣ୍ଣ ଷଣ୍ଟ ବି ଦେଖାଉଥି‌ଲେ। ଯାହାର ରିଲ୍ସ ଭିଡିଓ ବି ସେ ରେକର୍ଡ କରିଥିଲେ।

ତେବେ ଏଭଳି ଭିଡିଓ କରିବା ନାବାଳିକାଙ୍କୁ ମହଙ୍ଗା ପଡ଼ି ଯାଇଛି। ଏହି ଭିଡିଓ ପୁଲିସ ପାଖରେ ପହଞ୍ଚିବା ପରେ ପୁଲିସ ନାବାଳିକାଙ୍କ ଘରେ ପହଞ୍ଚିଯାଇଥିଲା। ଆଉ ନାବାଳିକାଙ୍କୁ ଘରୁ ପୁଲିସ ଉଠାଇ ନେଇଥିଲା। ନାବାଳିକାଙ୍କ ସହିତ ପୁଲିସ ଏକ ବନ୍ଧୁକ ବି ଜବତ କରିଥିଲା। ଏଥିସହ ପୁଲିସ ମୋଟା ଅଙ୍କର ଜରିମାନା ବି ଲାଗୁ କରି ଏହି ବନ୍ଧୁକ ନାବାଳିକା କେଉଁଠି ଆଣିଲେ ସେନେଇ ପଚରାଉଚରା କରୁଛି।

ପୁଲିସ ସୁଧ‌ାରଗୃହକୁ ପଠାଇ ଦେଇଥିବ‌ା  ନାବାଳିକା ଇଫତ୍ତ ଏକ୍ସ-କୁଇନ୍‌ ନାଁରେ ଇଂନ୍‌ଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧୩୦୦ ଫଲୋଅର୍ସ ଥିବା ସହ ୩୧ଟି ଭିଡିଓ ଅପ୍‌ଲୋଡ୍ ହୋଇଛି। ସେ ସୋସିଆଲ ମିଡିଆରେ 'ରିଭଲବର୍‌ ରାଣୀ' ନାଁରେ ଭାଇରାଲ ହୋଇଛନ୍ତି।