ପ୍ରେମିକର କହିବାନୁସାରେ ନାବାଳିକା ଝିଅ ଏପରି କଲା ପିତାର ହତ୍ୟା

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ପୁଲିସ ବେଲଖେଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ୧୭ବର୍ଷୀୟ ନାବାଳିକା ନିଜ ପ୍ରେମିକ କଥାରେ ପଡ଼ି ପିତାକୁ ହତ୍ୟା କରିବାକୁ ବି ପଛାଇଲା ନାହିଁ।

ବେଲଖେଡା ଥାନା ଅଧିକାରୀ ରାଜେନ୍ଦ୍ର ବାଗରି ରବିବାର କହିଛନ୍ତି, ମେଲି ଗ୍ରାମରେ ଭୋଲାରାମ ଗୌଡ (୫୫)ଙ୍କୁ କୁରାଢ଼ୀରେ ହାଣି ତାଙ୍କ ଝିଅ ହତ୍ୟା କରିଥିଲା। ପୁଲିସ ମୃତ ଭୋଲାରାମଙ୍କ ଝିଅକୁ ବିଚାରବିଭାଗୀୟ ହେପାଜତକୁ ନେଇ ଜେରା କରିବା ପରେ ଝିଅ ନିଜ ଦୋଷ ସ୍ୱୀକାର କରିଥିଲା। ତାର ୨୯ବର୍ଷିଅ ପ୍ରେମିକ ନେପାଳ ସିଂହ ଲୋଧି କଥାରେ ପଡ଼ି ଏପରି କାମ କରିଥିଲା ବୋଲି ପୁଲିସ ଆଗରେ ଝିଅ କହିଥିଲା। ଏହାପରେ ପୁଲିସ ନେପାଳ ସିଂହ ଗିରଫ କରିଛି। ତେବେ ଭୋଲାରାମ ଝିଅକୁ ଥରେ କ୍ଷତରେ ନେପାଳ ସହିତ ଦେଖି ଦେଇଥିଲେ। ଏହାପରେ ଭୋଲାରାମ ନିଜ ପତ୍ନୀଙ୍କୁ ଏ ବିଷୟରେ ଜଣାଇ ଝିଅକୁ ଉକ୍ତ ଯୁବକ ସହିତ ମିଳାମିଶା କରିବା ଉପରେ ଅଙ୍କୁଶ ଲଗାଇଥିଲେ। ଏହି ରାଗରେ ଅଭିଯୁକ୍ତ ନେପାଳ ଭୋଳାରାମକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲା।

ସମ୍ବନ୍ଧିତ ଖବର