ମୁରାଦାବାଦ୍: ଜନୈକ ୩୪ବର୍ଷୀୟ ଯୁବକଙ୍କ ସହ ପରିବାର ଲୋକେ ନିଜ ନାବାଳିକା ଝିଅକୁ ବିବାହ କରିବାର ଭୁଲ କରି ଏବେ ଗିରଫ ହୋଇଛନ୍ତି । ପୁଲିସକୁ ଖବର ମିଳିବା ପରେ କନ୍ୟା ଏବଂ ବର ପକ୍ଷରୁ ୪ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ, ଗତ ଶୁକ୍ରବାର ସକାଳ ସମୟରେ ଦୁଇ ପକ୍ଷ ଆସି ମୁରାଦାବଦ୍ରେ ଥିବା ମନ୍ଦିରରେ ପହଞ୍ଚିଥିଲେ । ବିବାହ କରିବାକୁ ପୂଜାରୀକୁ କହିବା ପରେ ମନ୍ଦିର ସମିତିର କର୍ମକର୍ତ୍ତାମାନେ ତାଙ୍କୁ ବର ଏବଂ କନ୍ୟାର ଆଧାରକାର୍ଡ ଦେଖାଇବା ପାଇଁ କହିଥିଲେ । କିନ୍ତୁ ଦୁଇ ପକ୍ଷ ଆଧାରକାର୍ଡ ଦେବାରେ ବିଫଳ ହୋଇଥିଲେ । ଯାହା ପରେ ସନ୍ଦେହ ହେବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ ।
/sambad/media/post_attachments/wp-content/uploads/2019/02/download-3-24-300x168.jpg)
ଖବର ପାଇ ପୁଲିସ ମନ୍ଦିରରେ ପହଞ୍ଚି ଦୁଇ ପକ୍ଷରୁ ୪ଜଣଙ୍କୁ ନେଇ ଥାନାରେ ପଚରାଉଚରା କରିଥିଲେ । ୪ଜଣଙ୍କ ମଧ୍ୟରେ ଜଣେ ବର ଏବଂ ଆଉ ଜଣେ କନ୍ୟାର ବାପା ଥିବା ଜଣା ପଡ଼ିଛି । ପ୍ରଥମେ ୪ଜଣ ନିଜ ନିଜର ଦୋଷ ମାନି ନଥିବା ବେଳେ ପରେ ସେମାନେ ଝିଅ ନାବାଳିକା ବୋଲି ମାନିଥିଲେ । ସତ ସାମ୍ନାକୁ ଆସିବା ପରେ ପୁଲିସ ୪ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।