ସମ୍ବଲପୁର/ବନ୍ଧୁଗାଁ: ରାଜ୍ୟରେ ନାବାଳିକାମାନେ ଅସୁରକ୍ଷିତ ଥିଲା ଭଳି ମନେ ହେଉଛି। ନାବାଳିକାଙ୍କୁ ନେଇ ପ୍ରାୟତଃ ଖବର ଗଣମାଧ୍ୟମରେ ଆସୁଛି। କୋରାପୁଟଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ବୁଗଣ୍ଡା ପଞ୍ଚାୟତ ସଦରର ୧୩ ବର୍ଷ ବୟସର ଝିଅ ୬ ମାସ ଗର୍ଭବତୀ ହୋଇ ଥିବା ଜାଣିବାକୁ ମିଳିଛି। ସେହିପରି ସମ୍ବଲପୁରରେ ଜରେ ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। 

Advertisment

ବନ୍ଧୁଗାଁର ନାବାଳିକା ପାଠ ପଢୁ ନଥିଲେ। ସେ ଘରେଇ କାମ ସହିତ ବାହାରକୁ ଦାଦନ ଯାଉଥିଲେ। ନାବାଳିକା ଜଣକ ପୂର୍ବରୁ ଜଣେ ୧୭ ବର୍ଷ ନାମକ ନାବାଳକଙ୍କ ସହିତ ବାଲ୍ୟ ବିବାହ କରିଥିଲେ। ନାବାଳିକାଙ୍କ ବିବାହ ବିଷୟ ଉଭୟଙ୍କ ବାପାମାଆ ଜାଣତରେ ହୋଇ ଥିବା ଦାବି କରି ଅଙ୍ଗନୱାଡ଼ିରେ ଗର୍ଭବତୀ ପଞ୍ଜୀକରଣ କରିବାକୁ ଯାଇଥିଲେ। ଏହାକୁ ନେଇ ଅଙ୍ଗନୱାଡ଼ି କର୍ମୀ ଏଏନଏମ ନିକଟରେ ପହଂଚି ଟୀକାକରଣ କରିବା ପାଇଁ ଉଭୟ ପୁଅ ଝିଅଙ୍କୁ ସାକ୍ଷାତ କରାଇ ଥିଲେ। ଝିଅର ବୟସ ୧୩ ବର୍ଷ ହୋଇ ଥିବାରୁ ଅଙ୍ଗନୱାଡ଼ି କର୍ମୀ ଏଏନଏମ ଓ ନିଜ ସୁପର ଭାଇଜରଙ୍କୁ ଅବଗତ କରିଥିବା କହିଛନ୍ତି। ଏଏନଏମ ଜାଣିବା ପରେ ଗର୍ଭ ନଷ୍ଟ କରିବାକୁ କହିବାରୁ ଝିଅର ମାଆ ରାଗି ଯାଇ ନିଜ ଝିଅକୁ ଘରକୁ ପ୍ରସୂତି ପାଇଁ ଆଣି ରଖିଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ନାବାଳିକା ୬ ମାସର ଗର୍ଭବତୀ ଥିବା ବେଳେ ନାବାଳିକା ଜଣକ ଆସି ବାପା-ମା’ଙ୍କ ପାଖରେ ରହୁଛନ୍ତି। ନାବାଳିକା ଜଣକ ଗର୍ଭବତୀ ଥିବା ଖବର ଅଙ୍ଗନୱାଡ଼ି କର୍ମୀମାନେ ଜଣାଇବାକୁ ଭୟ କରୁଥିବା ବେଳେ ସ୍ଥାନୀୟ ସିଡିପିଓ ଗୀତାଞ୍ଜଳି ମହାରଣା ଗଣମାଧ୍ୟମକୁ ଜଣାଇଥିଲେ। ଏହାର ସତ୍ୟତା ଜାଣିବା ପାଇଁ ଅଙ୍ଗନୱାଡ଼ି ସୁପର ଭାଇଜର ଲିଲି ରାଣୀ ପଣ୍ଡା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଫୋନ ମାଧ୍ୟମରେ ଫୋନ କରିବାରୁ ନାବାଳିକା ୬ ମାସ ଗର୍ଭବତୀ ହୋଇ ଥିବା ଜାଣିବାକୁ ମିଳିଛି।  

ଆହୁରି ପଢ଼ନ୍ତୁ: Sports Calendar 2026 :  ଭାରତ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ

ଦୁଷ୍କର୍ମ ଅଭିଯୋଗରେ ୭୦ ବର୍ଷୀୟ ବୃଦ୍ଧ ଅଟକ

ସମ୍ବଲପୁରରେ ନାବାଳିକାଙ୍କ ଘର ପାଖରେ ରହୁଥିବା ୭୦ ବର୍ଷିୟ ବୃଦ୍ଧ ଗୋପାଳ ମେହେର ଦୁଷ୍କର୍ମ କରିଥିବା ସୂଚନା ଦେଇଛନ୍ତି କ୍ଷେତରାଜପୁର ଆଇଆଇସି ଅନିଲ ପ୍ରଧାନ। ଶ୍ରୀ ପ୍ରଧାନଙ୍କ ସୂଚନା ଅନୁସାରେ ଶନିବାର ଅପରାହ୍ଣ ସମୟରେ ନାବାଳିକାଙ୍କ ବାପା ମା’ ଘରେ ନଥିବା ବେଳେ ପୀଡ଼ିତା ଜଣକ ଏକାକି ଥିଲେ। ଏହି ସୁଯୋଗ ଦେଖି ଗୋପାଳ ଦୁଷ୍କର୍ମ କରିଥିବା ନେଇ ପୁଲିସ ପାଖରେ ନାବାଳିକା ଜଣକ ବୟାନ ଦେଇଛନ୍ତି। ନାବାଳିକାକୁ ଉଦ୍ଧାର କାରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହିତ ଦୁଷ୍କର୍ମ ଅଭିଯୋଗରେ ଗୋପାଳକୁ ଅଟକ ରଖାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ପୀଡିତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା ପରେ ମାମଲାକୁ ନେଇ ନାବାଳିକାଙ୍କୁ ପଚରାଉଚରା ଜାରି ରହିଛି। ପୂର୍ବରୁ ଗୋପାଳ ନାମରେ ଥାନାରେ ମଧ୍ୟ ଅଭିଯୋଗ ରହିଛି। ଗ୍ରାମରେ ଝଗଡ଼ା ମାଡ଼ପିଟ୍ କରିଥିବା ଭଳି ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ: Good News: ବାପା-ମା’ ଛେଉଣ୍ଡ ମୃତ ଯୁବକଙ୍କୁ ମିଳିଲାନି କାନ୍ଧ; ଶେଷକୃତ୍ୟ କଲେ ପାଳିତ ମା’

ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଅଭିଯୋଗ
ରାଇରଙ୍ଗପୁର/ବହଳଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବହଳଦା ଥାନା ଅଞ୍ଚଳର ସେକ୍ ସାହାରୁଖ (୧୮) ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିବା ପରେ ତାଙ୍କୁ ଏକ କାର୍‌ରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ପରିବାର ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ ହୋଇଥିଲା। ସେନେଇ ବହଳଦା ଥାନାରେ କେସ ନଂ ୧/୨୬ ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସେକ୍ ସାହାରୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ଉକ୍ତ ଘଟଣାକୁ ନେଇ ଅଭିଯୁକ୍ତ ସାହାରୁଖଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରୀ ମାଇନା ପରେ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲରେ ଭର୍ତ୍ତି କରାଯିବା ପରେ ରାଇରଙ୍ଗପୁର କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ ଘଟିଥିଲା।