ବାପାଙ୍କ ୩ ଜଣ ବନ୍ଧୁଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତମ ନଗରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରକୁ ଆସୁଥିବା ବାପାଙ୍କ ୩ ଜଣ ସାଙ୍ଗ ନିଜ ଝିଅ ବୟସର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ପୀଡ଼ିତା ଏ ସଂପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା । ଯାହା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ପୀଡ଼ିତା ନିଜ ବାପା ଏବଂ ଦାଦା-ଖୁଡ଼ୀଙ୍କ ପାଖରେ ରହି ଆସୁଥିଲେ ।

NewsX

୩ ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ ହୋଇଥିବାରୁ ଅନେକ ଥର ତାଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା । ୩ ଜଣଙ୍କ ମଧ୍ୟରୁ ଜଣେ ଘରେ କେହି ନଥିବା ସମୟରେ ପୀଡ଼ିତାଙ୍କ ସହ କିଛି ଦିନ ଦୁଷ୍କର୍ମ କରିବା ପରେ ନିଜର ଅନ୍ୟ ଦୁଇ ସାଥୀଙ୍କୁ ଜଣାଇଥିଲେ । ଏହା ପରେ ୩ଜଣ ବାପାକୁ ମାରିଦେବାର ଧମକ ଦେଇ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଘରେ ଏକା ଥିବା ସମୟରେ ସେମାନେ ଘରକୁ ଆସି ଏଭଳି ଅପରାଧ କରୁଥିବା ଘଟଣା ଶେଷରେ ବାଧ୍ୟ ହୋଇ ପୀଡ଼ିତା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର