ଭାଲେଣ୍ଟାଇନ୍‌ ଡେ’ରେ ଅପହରଣ; ମା’ ହେବା ପରେ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଗତବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ପୁଲିସ ଅପହର୍ତ୍ତାଙ୍କୁ ଧରି ପାରୁନଥିଲା‌ କିମ୍ବା ନାବାଳିକାକୁ ଉଦ୍ଧାର କରି ପାରୁନଥିଲା। ଇତିମଧ୍ୟରେ ନାବାଳିକା ମା’ ହୋଇଥିଲେ। ୧୧ମାସ ପରେ ଅର୍ଥାତ୍‌ ଗତକାଲି ଖାରବେଳ ନଗର ଥାନା ପୁଲିସ ଏକ ବସ୍ତିରୁ ଉଭୟଙ୍କ ସହ ନବଜାତକକୁ ଉଦ୍ଧାର କରିଛି। ଅପହର୍ତ୍ତା ହେଉଛି, ସତ୍ୟନଗର ଜୟଦୁର୍ଗା ନଗରର ଜ୍ଞାନରଞ୍ଜନ ଦାସ। ଉଭୟଙ୍କୁ ଡାକ୍ତରୀମାଇନା କରାଯାଇଛି। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋକ୍ସା ଆକ୍ଟ ବଳରେ ଜ୍ଞାନରଞ୍ଜନକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୀଡ଼ିତାଙ୍କୁ ପରିବାର ଜିମା ଦିଆଯାଇଛି। ସୂଚନା ମୁତାବକ, ଫେବ୍ରୁଆରି ୧୪ ତାରିଖ ଦିନ ନାବାଳିକା ଘରୁ ନିଖୋଜ ହୋଇଯାଇଥିଲେ। ଅଭିଯୁକ୍ତ ଜ୍ଞାନରଞ୍ଜନ ମଧ୍ୟ ଫେରାର୍‌ ଥିବାରୁ ପରିବାର ସଦସ୍ୟଙ୍କ ସନ୍ଦେହ ହୋଇଥିଲା। ଜ୍ଞାନରଞ୍ଜନଙ୍କ ନାମରେ ପରିବାର ସଦସ୍ୟ ଅପହରଣ ଅଭିଯୋଗ ଆଣିଥିଲେ। ପୁଲିସ ଏକ ମାମଲା ରୁଜୁ କରି ‌ଉଭୟଙ୍କୁ ଖୋଜୁଥିଲା। ୧୧ ମାସ ବିତିଥିଲେ ମଧ୍ୟ ଉଭୟଙ୍କର ଖୋଜ୍‌ ଖବର ପାଉନଥିଲା। ଗତକାଲି ସେ ନିଜ ଘରକୁ ଫେରିଥିବା ଖବର ପାଇବା ପ‌ରେ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା। ବସ୍ତିରେ ରହି ଜ୍ଞାନରଞ୍ଜନ ଶ୍ରମିକ ଭାବେ କାମ କରୁଥିଲା।

ସମ୍ବନ୍ଧିତ ଖବର