ପୁରୀ: ପଂଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ!

ନିମାପଡ଼ା: ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅଚଂଳରେ ଜଣେ ପଂଚମ ଶ୍ରେଣୀ ଛାତ୍ରୀ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ଏକ ଘର ଭିତରେ ତାଲା ପକାଇ ଦେଇଥିଲେ। ଗ୍ରାମବାସୀଙ୍କ ଦ୍ୱାରା ବହୁ ସମୟ ପର୍ଯ୍ୟନ୍ତ ଘର ଭିତରେ ବନ୍ଦ ରହିବା ପରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରିଛି।

ସୂତ୍ର ଅନୁସାରେ ପ୍ରାୟ ଏକ ସପ୍ତାହ ହେବ ପ୍ରଧାନଶିକ୍ଷକ ନବଘନ ସେଠୀ (୫୦ ବର୍ଷ) ନାବାଳିକାକୁ ଅସଦାଚରଣ ଓ ହଇରାଣ କରୁଥିଲେ। ସେ ବିଦ୍ୟାଳୟର ଗୋଟିଏ କଠୋରି ଭିତରେ କେହି ନଥିବା ସମୟରେ ନାବାଳିକାକୁ ବିଭିନ୍ନ ସମୟରେ ଡାକି ଅସଦାଚରଣ କରୁଥିଲେ। ନାବାଳିକା ଏବାବଦରେ ନିଜ ମା’କୁ ସବୁ କଥା କହିଥିଲା। ଏହି ଘଟଣା ଗାଁର ଲୋକମାନେ ଜାଣିବା ପରେ ସେମାନେ ପ୍ରଧାନଶିକ୍ଷକ ନବଘନଙ୍କୁ ଆଜି ପାନେ ଦେଇଛନ୍ତି।

ସମ୍ବନ୍ଧିତ ଖବର