ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଇଲାକାର ଜଣେ ନାବାଳିକାଙ୍କ ଦୁର୍ଷ୍କମ ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ (ଏନ୍ଏଚ୍ଆରସି)ରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ପଛୁଆବର୍ଗର ନାବାଳିକାଙ୍କୁ ଏକ କୁକୁଡ଼ାଫାର୍ମରେ କାମ କରୁଥିବା ଜଣେ ଯୁବକ ବିବାହ ପ୍ରଲୋଭନ ଦେଖାଇ ନେଇ ଭଡ଼ା ଘରେ ରଖିଥିଲା। ବାରମ୍ବାର ନାବାଳିକା ସହ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲା। ଏହାପରେ ନାବାଳିକାଙ୍କୁ ଉକ୍ତ ଭଡ଼ା ଘରେ ଛାଡ଼ି ଫେରାର ହୋଇ ଯାଇଥିଲା। ଏ ସଂକ୍ରାନ୍ତରେ ଦିଗପହଣ୍ଡି ଥାନାରେ ଗତ ୧୧ତାରିଖରେ ଏକ କେସ୍ ରୁଜୁ ହୋଇଥିଲା। ଏହି ଘଟଣାରେ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନିବକ ଅଧିକାର କମିସନ(ଏନ୍ଏଚ୍ଆରସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନିର୍ଦ୍ଧାରିତ ସମୟରେ ମଧ୍ୟ ଚାର୍ଜ ସିଟ୍ ଦାଖଲ ଏବଂ ପୀଡ଼ିତାଙ୍କ ପରିବାରଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ଓଡିଶା ସରକାରଙ୍କ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଅଭିଯୋଗକାରି କମିସନଙ୍କୁ ନିବେଦନ କରିଥିଲେ। କମିସନ ଏହି ଅଭିଯୋଗକୁ ଗ୍ରହଣ କରି ଗତ ୧୫ତାରିଖରେ ଏକ ମାମଲା ରୁଜୁ କରିଛନ୍ତି।
ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁର୍ଷ୍କମ : ଏନ୍ଏଚ୍ଆରସିରେ ମାମଲା
/sambad/media/post_attachments/wp-content/uploads/2019/12/minor-rape-live-hindustan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)