କୋଲ୍କାତା: କୋଲ୍କାତାର ଫୋର୍ଟ ଓ୍ଵିଲିୟମ୍ରେ ଥିବା ଭାରତୀୟ ସେନାବାହିନୀର ଇଷ୍ଟର୍ଣ୍ଣ ହେଡ୍କ୍ୱାର୍ଟର୍ ମଧ୍ୟରେ ଜଣେ ନାବାଳିକା ସହ ଦୁଷ୍କର୍ମ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି।
ଅଭିଯୁକ୍ତ ସେନାବାହିନୀର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ତାଙ୍କୁ ଗିରଫ କରାଯିବା ସହ ପ୍ରୋଟେକ୍ସନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ ଆଇନ୍ (ପୋକ୍ସୋ) ଅଧୀନରେ ବୁକ୍ କରାଯାଇଛି।
ଝିଅଟି ସେନାବାହିନୀର ଅନ୍ୟ ଜଣେ କର୍ମଚାରୀଙ୍କର। ଶନିବାର ରାତିରେ ତା’ର ବାପାମାଆ ଘରେ ନ ଥିବା ବେଳେ ଘଟଣାଟି ଘଟିଥିବା କଥା ପୁଲିସ କହିଛି।
ଫୋର୍ଟ ଓ୍ଵିଲିୟମ୍ ମଧ୍ୟସ୍ଥ ଓଲ୍ଡ୍ ବାପୁ ଲେନ୍ ମଧ୍ୟରେ ସେମାନଙ୍କ ବାସଭବନ ଅବସ୍ଥିତ।
ଅପରାଧ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ପରେ ମଙ୍ଗଳବାର ରାତିରେ ତାଙ୍କୁ ଗିରଫ କରାଗଲା।
ସ୍ଥାନୀୟ ଅଦାଲତରେ ଅଭିଯୁକ୍ତଙ୍କୁ ହାଜର କରାଯିବା ପରେ ଜୁନ୍ ୨୪ ତାରିଖ ଯାଏଁ ପୁଣି ତାଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି।